Latest Odisha News

BREAKING NEWS

ଲାଞ୍ଚ ମାମଲାରେ ଚୀନର ପୂର୍ବତନ କୃଷି ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡାଦେଶ 

ନୂଆଦିଲ୍ଲୀ: ଚୀନର ପୂର୍ବତନ କୃଷି ମନ୍ତ୍ରୀ ଟାଙ୍ଗ ରେଞ୍ଜିଆନଙ୍କୁ ୩୮ ନିୟୁତ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୨୬୮ ନିୟୁତ ୟୁଆନ ଲାଞ୍ଚ ମାମଲାରେ ରବିବାର ଦିନ ମୃତ୍ୟୁଦଣ୍ଡ ଦିଆଯାଇଥିଲା। କିନ୍ତୁ ବର୍ତମାନ ତାଙ୍କୁ ଚାଙ୍ଗଚୁନ (ଜିଲିନ୍ ପ୍ରଦେଶ) ର ମଧ୍ୟବର୍ତ୍ତୀ ଲୋକ ଅଦାଲତ ମୃତ୍ୟୁଦଣ୍ଡ ସହିତ ଦୁଇ ବର୍ଷର ସର୍ତ୍ତମୂଳକ ଛାଡ଼ ମଧ୍ୟ ପ୍ରଦାନ କରିଛନ୍ତି।

ସେ ଗ୍ରାମୀଣ ବ୍ୟାପାର ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ସେ ଜୀବନବ୍ୟାପୀ ରାଜନୈତିକ ଅଧିକାରରୁ ବଞ୍ଚିତ ରହିବା ସହ ତାଙ୍କର ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ଜବତ କରାଯିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୦୭ରୁ ୨୦୨୪ ମଧ୍ୟରେ ଟାଙ୍ଗ ବ୍ୟବସାୟିକ କାର୍ଯ୍ୟ, ପ୍ରକଳ୍ପ ଚୁକ୍ତିନାମା ଏବଂ ଚାକିରି ସମାୟୋଜନ ଭଳି ମାମଲାରେ ଅନ୍ୟମାନଙ୍କୁ ଲାଭ ଦେବା ପାଇଁ କେନ୍ଦ୍ରୀୟ ଏବଂ ସ୍ଥାନୀୟ ସ୍ତରରେ ନିଜ ପଦବୀର ଅପବ୍ୟବହାର କରିଥିବା ନେଇ କୋର୍ଟ କହିଛନ୍ତି। ଯାହା ବଦଳରେ ସେ ଲାଞ୍ଚ ଭାବରେ ଅନେକ ଆର୍ଥିକ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଗ୍ରହଣ କରିଥିଲେ। ଯାହା ଦ୍ଵାରା ଜନସାଧାରଣଙ୍କ ସ୍ୱାର୍ଥକୁ ଗମ୍ଭୀର ଭାବରେ କ୍ଷତି ପହଞ୍ଚିଛି।ତେଣୁ ସେ ମୃତ୍ୟୁଦଣ୍ଡ ର ଯୋଗ୍ୟ ବୋଲି କୁହାଯାଇଛି।

ଟାଙ୍ଗ ତାଙ୍କ ଦୋଷ ସ୍ୱୀକାର କରି ଅନୁତାପ କରିବା ସହ  ବେଆଇନ ଭାବରେ ଅର୍ଜିତ ସମସ୍ତ ସମ୍ପତ୍ତି ଫେରାଇ ଦେଇଥିବା ନେଇ କୋର୍ଟ କହିଛନ୍ତି। ତେଣୁ ତାଙ୍କୁ ଅନୁକମ୍ପା ପ୍ରଦାନ କରାଯାଇଛି ଓ ତାଙ୍କ ମୃତ୍ୟୁ ଦଣ୍ଡକୁ ବର୍ତ୍ତମାନ୍ ଦୁଇ ବର୍ଷ ପାଇଁ  ସ୍ଥଗିତ ରଖାଯାଇଛି। ତେବେ ଯଦି ସେ ଆଗାମୀ ଦୁଇ ବର୍ଷ ମଧ୍ୟରେ କୌଣସି ଅପରାଧ ନ କରନ୍ତି ତାହେଲେ ତାଙ୍କ ମୃତ୍ୟୁ ଦଣ୍ଡକୁ ପରିବର୍ତ୍ତନ କରାଯାଇ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ। ଏହି ମାମଲା ଗତ ୨୫ ଜୁଲାଇରୁ ବିଚାରାଧୀନ ଥିଲା ଓ ସମସ୍ତ ପ୍ରମାଣକୁ ଆଧାର କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି।

୨୦୧୨ରେ ରାଷ୍ଟ୍ରପତି ସି ଜିନପିଙ୍ଗ କ୍ଷମତାକୁ ଆସିବା ପରଠାରୁ ଚୀନରେ ଏକ ବିଶାଳ ଦୁର୍ନୀତି ବିରୋଧୀ ଅଭିଯାନ ଆରମ୍ଭ ହୋଇଛି। ଯାହାଫଳରେ ବର୍ତ୍ତମାନ ସୁଦ୍ଧା ଚୀନରେ ଦଶ ଲକ୍ଷରୁ ଅଧିକ ଅଧିକାରୀ ଦଣ୍ଡ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ତେବେ ଏହି ଘଟଣା ପରେ ଏହା  ଚୀନର କଠୋର ଦୁର୍ନୀତି ବିରୋଧୀ ନୀତିର ଅନ୍ୟ ଏକ ଉଦାହରଣ ବୋଲି ସବୁଆଡେ ଚର୍ଚ୍ଚା ଚାଲିଛି।

 

Comments are closed.