Latest Odisha News

BREAKING NEWS

ଦିଲ୍ଲୀ ରାମଲୀଳାରେ ରାବଣ ଦହନ କରିବେ ବବି

ନୂଆଦିଲ୍ଲୀ: ପ୍ରତିବର୍ଷ ଦଶହରା ପର୍ବ ସାରା ଦେଶରେ ମହା ଆଡମ୍ବର ଏବଂ ହସୋଉଲ୍ଲାସର ସହିତ ପାଳନ କରାଯାଏ । ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ ପଡୁଛି ଦଶହରା ପର୍ବ । ଏଥର ଦିଲ୍ଲୀର ଲାଲକିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ରାମଲୀଳାରେ ସାମିଲ ହେବେ ବଲିଉଡ ଆକ୍ଟର ବବି ଦେଓଲ୍ । ଚଳିତ ବର୍ଷ ବବି ଦେଓଲ ମୁଖ୍ୟ ଅତିଥି ଭାବରେ ଯୋଗଦେବା ସହିତ ରାବଣ ପୋଡ଼ି ମଧ୍ୟ କରିବେ । ଏନେଇ ଲଭ କୁଶ ରାମଲୀଳା କମିଟି ବବି ଦେଓଲଙ୍କୁ ନିମନ୍ତ୍ରଣ କରିଛି ।

ଏହି ସମ୍ପର୍କରେ ଆୟୋଜକ କମିଟି ପକ୍ଷରୁ ଏକ ଭିଡିଓ ସେୟାର ହୋଇଛି ଯେଉଁଥିରେ ବବି ଦେଓଲ ଏହି ବାର୍ଷିକ ପରମ୍ପରାରେ ସାମିଲ ହୋଇଥିବାରୁ ନିଜର ଖୁସି ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି ।

ଭିଡିଓରେ ବବି ଦେଓଲ କହିଛନ୍ତିଯେ, ଏଥର ମୁଁ ଦିଲ୍ଲୀର ରାମଲୀଳାକୁ ଆସୁଛି । ତେଣୁ ଦଶହରାରେ ଦେଖା ହେବ । ସେହିପରି, କିମିଟି କହିଛି ଯେ, ଏହି ଐତିହାସିକ ମଞ୍ଚରେ ବବି ଦେଓଲଙ୍କ ଉପସ୍ଥିତି କେବଳ ଦର୍ଶକଙ୍କୁ ରୋମାଞ୍ଚିତ କରିବ ନାହିଁ ବରଂ ସବୁଦିନ ପାଇଁ ସମସ୍ତଙ୍କର ମନେ ରହିବ ।

ସେହିପରି ଲଭ କୁଶ ରାମଲୀଳାରେ ରାବଣଙ୍କ ପତ୍ନୀ ମନ୍ଦୋଦରୀ ଭୂମିକାରେ ଅଭିନୟ କରିବା ପରଠାରୁ ପୁନମ ପାଣ୍ଡେ ମନ୍ଦୋଦରୀ ଭାବରେ ଚର୍ଚ୍ଚାରେ ଅଛନ୍ତି । ଏଥିପାଇଁ ତାଙ୍କୁ ସମାଲୋଚନା କରିଛନ୍ତି । ସମାଲୋଚନା ସତ୍ତ୍ୱେ, ରାମଲୀଳା ଆୟୋଜକମାନେ ନିଶ୍ଚିତ କରିଛନ୍ତି ଯେ ପାଣ୍ଡେଙ୍କୁ ବଦଳାଯିବ ନାହିଁ ।

Comments are closed.