ଭୁବନେଶ୍ଵର: ଭୁବନେଶ୍ଵର ନାଲକୋ କାର୍ଯ୍ୟାଳୟରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି । ଚାକିରି ଦେବା ନାଁରେ ଏକାଧିକ ଯୁବକଙ୍କୁ ଠକେଇ କରାଯାଇଥିବା ଅଭିଯୋଗରେ ଆଜି ଏହି ଚଢାଉ ହୋଇଛି । ଅଭିଯୋଗ ପାଇବା ପରେ ଭୁବନେଶ୍ୱର ନାଲ୍କୋ ଅଫିସରେ ପସି କାଗଜପତ୍ର ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । କିଛି କର୍ମଚାରୀଙ୍କୁ ଜେରା କରିଛି ଟମ୍ । ଅନେକ ଗୁଡିଏ ଦସ୍ତାବିଜ ଯାଞ୍ଚ କରି ଜବତ କରିଛି ସିବିଆଇ ।
ପୂର୍ବରୁ ପୋଲିସ ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ସିବିଆଇ ପକ୍ଷରୁ ଅଧିକ ଖୋଳତାଡ଼ କରାଯାଉଥିବା ଜଣାପଡ଼ିଛି । ୨୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଚାକିରି କରାଇ ଦେବାକୁ କହି ଜାଲ କାଗଜପତ୍ର କିମ୍ବା ଟଙ୍କା କାରବାରର ବଡ଼ ଘୋଟଲା ହୋଇଥିବା ସନ୍ଦେହ କରୁଛି ଟିମ୍ ।
Comments are closed.