Latest Odisha News

BREAKING NEWS

ଫାଶିରେ ଝୁଲିବାକୁ ଥିବା ପୁଅର ଜୀବନ ଭିକ୍ଷାକଲେ ମାଆ; ନିର୍ଭୟାଙ୍କ ମାଆ କ’ଣ କହିଲେ ଜାଣନ୍ତୁ…

ନୂଆଦିଲ୍ଲୀ: ପାଶବିକ ଭାବେ ଗଣଦୁଷ୍କର୍ମର ଶୀକାର ହୋଇଥିଲେ ନିର୍ଭୟା । ଜଣକ ପରେ ଜଣେ ୪ ଜଣ ରାକ୍ଷସ ନିରୀହା ନିର୍ଭୟାଙ୍କୁ ଅତ୍ୟନ୍ତ ନିଷ୍ଠୁର ଭାବେ ଦୁଷ୍କର୍ମ କରିଥିଲେ । କେବଳ ଏତିକିରେ ଏହି କାମୁକ ପାଷଣ୍ଡମାନଙ୍କର ଭୋକ ମେଣ୍ଟି ନଥିଲା । ସେମାନେ ଯନ୍ତ୍ରଣାରେ ଛଟପଟ ହୋଇ ଗୁରୁତର ଆହତ ହୋଇଥିବା ନିର୍ଭୟାଙ୍କୁ ଅକଥନୀୟ ଶାରିରୀକ ନିର୍ଯାତନା ଦେବାକୁ ପଛାଇ ନଥିଲେ । ନିର୍ଭୟାଙ୍କ ଗୁପ୍ତାଙ୍ଗରେ ଭଙ୍ଗା ବୋତଲ ଭର୍ତ୍ତି କରି ନିର୍ଯାତନା ଦେଇଥିଲେ ଏହି ୪ ଜଣ ଦୁଷ୍କର୍ମକାରୀ । କିଛିଦିନ ମୂର୍ମୁଷୁ ଅବସ୍ଥାରେ ଚିକିତ୍ସାଧୀନ ହେବାପରେ ସବୁଦିନ ଲାଗି ଆଖିବୁଜି ଦେଇଥିଲେ ନିର୍ଭୟା । ତେବେ ଏହି ୪ ଜଣ ଅଭିଯୁକ୍ତ ଦୋଷୀଭାବେ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ମାତ୍ର କୋର୍ଟ ପରିସରରେ ନିର୍ଭୟାଙ୍କ ମାଆ ଉପସ୍ଥିତ ରହିଥିବା ବେଳେ ଦୁଷ୍କର୍ମକାରୀ ପୀଡ଼ିତାଙ୍କ ମାଆ ତାଙ୍କ ପୁଅକୁ କ୍ଷମା କରିଦେଇ ଫାଶିରୁ ବଞ୍ଚିତ କର ବୋଲି ଅନୁରୋଧ କରିଥିଲେ । ଏବେ ଏହା ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି ।

ଜାନୁଆରୀ ୭ ତାରିଖ ଦିନ ଦିଲ୍ଲୀର ପାଟିଆଲା ହାଉସ ଅଦାଲତରେ ନିର୍ଭୟାଙ୍କ ମାଆ ବସିଥିଲେ । କୋର୍ଟ ଏହି ୪ ଜଣଙ୍କୁ ଆସନ୍ତା ୨୨ ତାରିଖରେ ଫାଶିଦଣ୍ଡରେ ଦଣ୍ଡିତ କରାଯିବ ବୋଲି ତାରିଖ ଧାର୍ଯ୍ୟ କଲେ । ଏହାପରେ ପୂର୍ବରୁ ସେଠାରେ ଉପସ୍ଥିତ ରହିଥିବା ଦୋଷୀ ମୁକେଶ ସିଂହର ମାଆ ଆସି ନିର୍ଭୟାଙ୍କ ମାଆଙ୍କ ଗୋଡ଼ ଓ ଶାଢୀ ଟାଣି ପୁଅ ଲାଗି କ୍ଷମା ମାଗିଥିଲେ । ମୋ ପୁଅକୁ କ୍ଷମା କରିଦିଅ ବୋଲି କାକୁତି ମିନତୀ ହୋଇଥିଲେ ।

କାନ୍ଦି କାନ୍ଦି ଦୁଷ୍କର୍ମକାରୀ ମୁକେଶର ମାଆ କହିଥିଲେ, ମୁଁ ମୋ ପୁଅର ଜୀବନ ଚାହୁଁଛି, ମୋ ପୁଅକୁ ଛାଡ଼ିଦିଅ । ନିର୍ଭୟାଙ୍କ ମାଆ ମଧ୍ୟ ନିଜର କୋହ ସମ୍ବରଣ କରିନପାରି କଇଁ କଇଁ କାନ୍ଦିବାକୁ ଆରମ୍ଭ କରିଥିଲେ । ମାତ୍ର ଦୀର୍ଘ ୭ ବର୍ଷ ଧରି ନିଜ ଝିଅ ଲାଗି ନ୍ୟାୟ ଅପେକ୍ଷାରେ ସଂଘର୍ଷ କରିଚାଲିଥିବା ମାଆ ରୋକଠୋକ୍ ଜବାବ ଦେଇଥିଲେ । ନିର୍ଭୟାଙ୍କ ମାଆ ସଙ୍ଗେ ସଙ୍ଗେ କହିଥିଲେ, “ସେ ମୋର ମଧ୍ୟ ଝିଅ ଥିଲା । ତାହା ସହିତ କିପରି ବ୍ୟବହାର ହୋଇଛି ତମେ ଭଲଭାବେ ଜାଣିଛ । ମୁଁ ନ୍ୟାୟ ଲାଗି ଦୀର୍ଘ ୭ ବର୍ଷ ହେଲା ସଂଘର୍ଷ କରୁଛି । ଆଜି ଏହି ଦିନକୁ ଅପେକ୍ଷା କରିଥିଲି ।”

କୋର୍ଟ ପରିସରରେ ଏପରି ଦୁଇ ମାଆଙ୍କ ଅଦ୍ଭୁତ ଦୃଶ୍ୟ ଦେଖି ସମସ୍ତଙ୍କ ଆଖି ଛଳଛଳ ହୋଇଥିଲା । କୋର୍ଟ ବାହାରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନରେ ଉତ୍ତରରେ ନିର୍ଭୟାଙ୍କ ମାଆ କହିଥିଲେ, ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡରେ ଦଣ୍ଡିତ କରାଗଲେ ନ୍ୟାୟପାଳିକା ପ୍ରତି ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବ । ଆମ ଲାଗି ଜାନୁଆରି ୨୨ ତାରିଖ ଏକ ବିରାଟ ଦିବସ । ମୋ ଝିଅକୁ ସେହିଦିନ ନ୍ୟାୟ ମିଳିବ ।

Comments are closed.