Latest Odisha News

BREAKING NEWS

Operation Agni: ଦୀପାବଳି ପୂର୍ବରୁ ପୋଲିସର ଅପରେସନ ଅଗ୍ନି, ଜବତ ହେଲା ୧୫ ଲକ୍ଷ ଟଙ୍କାର ବାଣ

ବାଲେଶ୍ୱର: ଦୀପାବଳି ପୂର୍ବରୁ ପୋଲିସର ଅପରେସନ ଅଗ୍ନି। ସୋର ପୋଲିସକୁ ବଡ଼ ସଫଳତା। ଅପରେସନ ଅଗ୍ନିରେ ଜବତ ହେଲା ୧୫ ଲକ୍ଷ ଟଙ୍କାର ବାଣ । ହୋଟେଲ ଓ କୁକୁଡ଼ା ଫାର୍ମରୁ ମିଳିଲା ବାଲେଶ୍ବର ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ପିକଅପ୍ ଭ୍ୟାନରୁ ବାଣ ଜବତ କରାଯାଇଛି। ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକର ଏକ ହୋଟେଲ କୁକୁଡ଼ା ଫାର୍ମରୁ ବିପୁଳ ପରିମାଣର ବାଣ ଜବତ କରାଯାଇଛି।

ଏହି ଘଟଣାରେ ସୋର ପୋଲିସ ଜଣଙ୍କୁ ଗିରଫ କରିଛି। ମର୍ଦରାଜପୁର ଗାଁର ଜଣେ ବ୍ୟକ୍ତି ପ୍ରତ୍ୟକ ବର୍ଷ ଜିଲ୍ଲାରେ କୋଟି କୋଟି ଟଙ୍କାର ବେଆଇନ ବାଣ କାରବାର କରୁଥିବା ପୋଲିସ ସୂଚନା ପାଇ ଚଢାଉ କରୁଛି। ନିକଟରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସି ଅନ୍ତର୍ଗତ ପାର୍କ ସାହିରେ ଥିବା ଏକ ଚାଉଳ ଗୋଦାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଥିଲା। ଛତ୍ରପୁର ଥାନା ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢାଉ କରାଯାଇଥିଲା।

ଏହି ଚଢ଼ଉ କରି ବିପୁଳ ପରିମାଣର ବାଣ ଜବତ ହୋଇଥିବା ବେଳେ ଦୋକାନୀକୁ ଅଟକ ରଖାଯାଇଥିଲା। ଏହି ଚଢ଼ଉରେ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚି ମଲ୍ଲ, ମାଜିଷ୍ଟ୍ରେଟ ଭାବେ ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନ ଏବଂ ପୋଲିସ ଫୋର୍ସ ସାମିଲ ଥିଲେ। ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୨ ରୁ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ। ଏହି ଅଞ୍ଚଳରେ ଚଢାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା।

Comments are closed.