ମାଲକାନଗିରି: ପିସିସି ସଭାପତି ଭକ୍ତ ଚରଣ ଦାସ ମାଲକାନଗିରିରେ ଏକ ପଦଯାତ୍ରା ଉଦଘାଟନ କରିଛନ୍ତି। ‘ଭକ୍ତ ପଦଯାତ୍ରା ମାଲକାନଗିରି’ ଭାବରେ ଜଣାଶୁଣା ଉକ୍ତ କାର୍ଯ୍ୟକ୍ରମ ଏହି ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଆନ୍ଦୋଳନକୁ ସୂଚିତ କରେ।
ପଦଯାତ୍ରାର ପ୍ରାଥମିକ ଲକ୍ଷ୍ୟ ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଦୀର୍ଘକାଳୀନ ସମସ୍ୟାଗୁଡ଼ିକୁ ଉଜାଗର କରିବା ଏବଂ ଆଗାମୀ ନିର୍ବାଚନ ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ସାଂଗଠନିକ ଭିତ୍ତିଭୂମିକୁ ମଜବୁତ କରିବା। ଏହା ସହିତ, ଏହା କଂଗ୍ରେସର ବୃହତ ପ୍ରଚାର ଅଭିଯାନ ପାଇଁ ଏକ ସ୍ୱର। ମୋଟୁରୁ କଂଗ୍ରେସର ଗାନ୍ଧୀ ପଥେ ଓଡିଶା ପଦଯାତ୍ରା ଆରମ୍ଭ ହୋଇଛି। ନାରୀ ନ୍ୟାୟ ଓ ସମ୍ବିଧାନ ବଞ୍ଚାଅ ପାଇଁ ରଣ ହୁଙ୍କାର ଦେଲେ ପିସିସି ସଭାପତି ଭକ୍ତ ଦାସ। ପଦ ଯାତ୍ରା ଆରମ୍ଭ କରି ବିଜେପି ସରକାର ଉପରେ ବର୍ଷିଛନ୍ତି ଭକ୍ତ ଦାସ ।
ଭୋଟ ଚୋରି କରି ଶାସନ ଗାଦି ମାଡି ବସିଥିବା ସରକାରଙ୍କୁ ଉଚିତ ଜବାବ ଦେବା ପାଇଁ ଓ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଏହି ପଦଯାତ୍ରା ଆରମ୍ଭ ହୋଇଛି ବୋଲି କହିଛନ୍ତି ପିସିସି ସଭାପତି । ଏହି ପଦ ଯାତ୍ରା ମୋଟୁର ମୁଗି ପଏଣ୍ଟରୁ ବାହାରି ମୋଟୁ ଖେଳ ପଡ଼ିଆରେ ପହଂଚିଛି । ଏହି ପଦଯାତ୍ରାରେ ବିରୋଧୀ ଦଳ ନେତା ରାମଚନ୍ଦ୍ର କାଡାମ, ପିସିସି ଉପ-ସଭାପତି ସନ୍ତୋଷ ସିଂହ ସାଲୁଜା, ମିଡ଼ିଆ ସେଲ ମୁଖ୍ୟ ଅରବିନ୍ଦ ଦାସ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ପ୍ରମୁଖ ସାମିଲ ହୋଇଛନ୍ତି।
Comments are closed.