Latest Odisha News

BREAKING NEWS

ଭାରତର ଏହି ସ୍ଥାନରେ ପ୍ରଥମ ଥର ପାଇଁ H125 ହେଲିକପ୍ଟର ସ୍ଥାପିତ ହେବ

ବେଙ୍ଗାଲୁରୁ: ପ୍ରଥମ ଥର ପାଇଁ କର୍ଣ୍ଣାଟକରେ ନିର୍ମାଣ ହେବ ହେଲିକପ୍ଟର ଏୟାରବେସ୍ । ଟାଟା ଆଡଭାନ୍ସ ଲିମିଟେଡ୍ କର୍ଣ୍ଣାଟକର ଭେମଗଲରେ ଏୟାରବେସ୍ ସହ ସହଭାଗିତା H125 ହେଲିକପ୍ଟର ତିଆରି କରିବା ପାଇଁ ଫାଇନାଲ୍ ଆସେମ୍ବଲି ଲାଇନ ସ୍ଥାପିତ ହେବ । ଏହି ପରିଯୋଜନା କେବଳ ଭାରତର ସିଭିଲ୍ ଏବିଏସନ ଇଣ୍ଡଷ୍ଟ୍ରିର ନୂଆ ରାସ୍ତା ଦେଖାଇବ ।

ଟାଟା ଆଡଭାନ୍ସ ସିଷ୍ଟମ ଅନୁସାରେ କମ୍ପାନୀ ହେଲିକପ୍ଟରର ନିର୍ମାଣରୁ ଆରମ୍ଭ କରି ଏସେମ୍ବଲି,ଇଣ୍ଟିଗ୍ରେସନର ଶେଷ ଉଡାଣ ପରୀକ୍ଷଣ ପ୍ରକ୍ରିୟା ଭାରତରେ କରିବ । ପ୍ରଥମେ ମେକ୍ ଇନ୍ ଇଣ୍ଡିଆ H125 ହେଲିକପ୍ଟରର ଡେଲିଭରୀ ୨୦୨୭ ରେ ହେବାର ଆଶା ରହିଛି । ଏହି ହେଲିକପ୍ଟର ଆପଦ କାଳୀନ ଚିକିତ୍ସା ସେବା, ବିପର୍ଯୟ ସହାୟତା , ପର୍ଯଟନ, କାନୁନ ବବସ୍ଥା ଏବଂ ଯାତ୍ରୀ ପରିବହନ ଭଳି କ୍ଷେତ୍ରରେ ବଡ ସୁବିଧା କ୍ଷେତ୍ରରେ ବଡ ଭୂମିକା ତୁଲାଇବ ।

H125 ହେଲିକପ୍ଚରର ସାମାଜିକ ସଂସ୍କରଣ H125M ଭି ଭାରତରେ ତିଆରି କରାଯିବ । ଯେଉଁଥିରେ ଉଚ୍ଚ ସ୍ତରର ସ୍ବଦେଶୀ ଉପାଦାନ ସାମିଲ ହେବ । ଏହି ପ୍ରକଳ୍ପରେ ଭାରତରେ ଆତ୍ମ ନିର୍ଭରର ନୂଆ ଉଚ୍ଚତା ମିଳିବ । ଭାରତୀୟ ଏବିଏସନ ସେକ୍ଟର ବୈଷିକ ସ୍ତରରେ ଏକ ବଡ ବଳ ହୋଇପାରିବ ।

ଖାସକରି ହିମାଳୟର ଉଚ୍ଚତାରେ ନିୟୋଜିତ ପାଇଁ ଭାରତୀୟ ସେନା ହାଲୁକା ଓ ବହୁ ଉଦ୍ଦେଶ୍ୟ ହେଲିକପ୍ଟର ଖୋଜୁଛି ।

 

Comments are closed.