କଟକ: ଭାଇଚାରା ସହର କଟକର ଦରଘା ବଜାର ଭସାଣ ସମୟରେ ଗୋଷ୍ଠୀ ସଂଘର୍ଷ ଘଟଣା । ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଦରଘା ବଜାର ସ୍ଥିତ ହାତୀପୋଖରୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା ।
ଗୀତ ବଜାଇବାକୁ ବିରୋଧ କରି କାଚ ଓ ପଥର ମାଡ ହୋଇଥିବା କୁହାଯାଉଛି । ଦରଘlବଜ଼ାର ଜେଲରୋଡ଼ର ଏକ ନିର୍ଦ୍ଦିଷ୍ଟ ଦିଗରୁ ହଠାତ୍ ଢେଲାମାଡ଼ ହୋଇଥିଲା । ଢେଲାମାଡରେ ଡିସିପି ରିଷିକେଶ ଖିଲାରୀଙ୍କ ସମେତ ୧୫ରୁ ଅଧିକ ଆହତ ହୋଇଥିଲେ । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସକୁ ସ୍ଥାନୀୟ ଅଞ୍ଚଳରେ ବିଏନଏସର ୧୬୩ ଧାରା ଜାରି କରିବା ସହ ଲାଠି ଚାର୍ଚ୍ଚ ମଧ୍ୟ କରିବାକୁ ପଡିଥିଲା ।
ସୁରକ୍ଷା ପାଇଁ ରାପିଡ଼ ଆକ୍ସନ ଫୋର୍ସ ଓ ସିଆରପିଏଫ ଫୋର୍ସ ମୁତୟନ ହୋଇଛନ୍ତି । ଦେବୀଗଡା ଅଭିମୁଖେ ଯାଉଥିବା ମେଢ ଗୁଡିକ ରାସ୍ତାରେ ଅଟକି ରହିଛନ୍ତି ।
Comments are closed.