Latest Odisha News

BREAKING NEWS

Maoists Surrender: ଲାଲବାହିନୀକୁ ପୁଣି ଏକ ଶକ୍ତ ଝଟକା, ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ନୂଆପଡ଼ା: ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ। ଛତିଶଗଡ଼ ଗରିଆବନ୍ଧ ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଥିବା ସୂଚନ। ଧରାଇ ଦେବାକୁ ପ୍ରତ୍ୟେକଙ୍କ ପାଇଁ ୧ ଲକ୍ଷ ଲେଖାଏଁ ପୁରସ୍କାର ଥିଲା। ୩ଜଣ ହାର୍ଡକୋର ମାଓବାଦୀ ସଂଗଠନ ଛାଡି ଛତିଶଗଡ଼ ଗରିଆବନ୍ଧ ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି । ସମାଜର ମୁଖ୍ୟସ୍ରୋତକୁ ଫେରିଥିବାରୁ ୩ଜଣ ମାଓବାଦୀ ଖୁସି ଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ୩ ହାର୍ଡକୋର ମାଓବାଦୀ ଧରାଇଦେବାକୁ ପ୍ରତ୍ୟେକଙ୍କ ପାଇଁ ୧ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଥିଲା । ଅନ୍ୟପଟେ ପୂର୍ବରୁ ମଧ୍ୟ ଏହି ଧାରରେ ସାମିଲ ହୋଇ ଅନେକ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ନକ୍ସଲ କ୍ୟାମ୍ପରେ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ପୂର୍ବରୁ ରହିଛି ।

ପୂର୍ବରୁ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଏନେଇ ସ୍ୱିକାର କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ନିକଟରେ ଛତିଶଗଡ ବିଜାପୁର ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଥିଲା ।

Comments are closed.