Latest Odisha News

BREAKING NEWS

କରନ ଜୋହର, ସୂରଜ ବଡଜାତ୍ୟାଙ୍କ ଫିଲ୍ମରେ ଅଭିନୟ କରିବେ ଆୟୂଷ୍ମାନ

ମୁମ୍ବାଇ: ଲୋକପ୍ରିୟ କଳାକାର ଆୟୂଷ୍ମାନ ଖୁରାନାଙ୍କୁ ନେଇ କରନ ଜୋହର ଓ ସୂରଜ ବଡଜାତ୍ୟା ଫିଲ୍ମ କରିବାକୁ ଯାଉଛନ୍ତି । ଏଫଆଇସିସିଆଇ ଫ୍ରେମସ ୨୦୨୫ରେ ଆୟୂଷ୍ମାନ ତାଙ୍କ ମିଳିଥିବା ଫିଲ୍ମ ଅଫର ବିଷୟରେ କହିଛନ୍ତି । ଭିକ୍କି ଡୋନର, ଦମ ଲଗା କେ ହୈଇଶା ଓ ଶୁଭ ମଙ୍ଗଳ ସିରିଜ ଫିଲ୍ମ ମାଧ୍ୟମରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଫିଲ୍ମର ବଜେଟ ଅପେକ୍ଷା ସେ କଂଟେଂଟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ଦୀପାବଳୀ ଅବସରରେ ତାଙ୍କର ଥାମା ଫିଲ୍ମ ରିଲିଜ ହେବାକୁ ଯାଉଛି ।

ଏହା ପରେ ଧର୍ମା ପ୍ରଡକ୍ସନର ଏକ ବଡ ବଜେଟ ଫିଲ୍ମରେ ଅଭିନୟ କରିବି । ଧର୍ମା ପ୍ରଡକ୍ସନ ଓ ରାଜଶ୍ରୀ ବ୍ୟାନରରେ ଅଭିନୟ କରିବା ଅବସରରେ ମୁଁ ମୋ ଚିରାଚରିତ ଭିନ୍ନ ଧରଣର ଫିଲ୍ମ କରିବା ଜାରୀ ରଖିବି ବୋଲି କହିଛନ୍ତିି । ଦର୍ଶକଙ୍କୁ ମୁଁ ଏକ ଛୋଟ ପିଲା ଭଳି ଦେଖେ । ଅଭିନୟ ମାଧ୍ୟମରେ ତାଙ୍କୁ ସମସ୍ତ ପ୍ରକାର ଅଭିଜ୍ଞତା ଓ ଆନନ୍ଦ ଦେବା ମୋର ସର୍ବଦା ମୂଳ ଲକ୍ଷ୍ୟ ରହିଥାଏ ବୋଲି କହିଛନ୍ତି ।

Comments are closed.