କଟକ: ବରିଷ୍ଠ ଆଇନଜୀବୀ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ପ୍ରତିବାଦରେ ରାଜ୍ୟବ୍ୟାପୀ ଆଇନଜୀବୀଙ୍କ କଲମ ଛାଡ଼ ଡାକରା। ଆଜି ସାରା ରାଜ୍ୟର ଆଇନଜୀବୀମାନଙ୍କ ସଂପୂର୍ଣ୍ଣ କଲମ ଛାଡ଼ ଆନ୍ଦୋଳନ। ରାଜ୍ୟ ଆଇନଜୀବୀ ପରିଷଦର ଜରୁରୀ ବୈଠକରେ କଲମ ଛାଡ଼ ପାଇଁ ନିଷ୍ପତ୍ତି ନିଆଯାଇଛି।
ଅଭିଯୁକ୍ତଙ୍କୁ ଗିରଫ ଓ ପୀତବାସଙ୍କ ପରିବାରକୁ କୋଟିଏ ଟଙ୍କା ସହାୟତା ଦାବି କରାଯାଇଛି। ଉଚ୍ଚସ୍ତରୀୟ ବିଚାର ବିଭାଗୀୟ କମିସନ ଦ୍ୱାରା ତଦନ୍ତ ପାଇଁ ମଧ୍ୟ ପରିଷଦ ପକ୍ଷରୁ ଦାବି ହୋଇଛି। ୩ ମାସ ଭିତରେ ହତ୍ୟାର କାରଣ ଓ ଷଡ଼ଯନ୍ତ୍ର ନେଇ ତଦନ୍ତ ରିପୋର୍ଟ ଦାଖଲ ପାଇଁ ଦାବି ହୋଇଛି। ଆଇନଜୀବୀଙ୍କୁ ଆବଶ୍ୟକ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି ପରିଷଦ।
୪୮ ଘଣ୍ଟା ମଧ୍ୟରେ ରାଜ୍ୟବ୍ୟାପୀ ସୁରକ୍ଷା ଏବଂ କୋର୍ଟ ପରିସରରେ CCTV କ୍ୟାମେରା ସ୍ଥାପନ ପାଇଁ ଦାବି ହୋଇଛି । ଯାହା ଆଇନଜୀବୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବ। ପୀତବାସ ପଣ୍ଡାଙ୍କ ପରିବାରକୁ କୋଟିଏ ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ବାର କାଉନସିଲ ।
Comments are closed.