Latest Odisha News

BREAKING NEWS

ୱାଙ୍ଖେଡରେ ଏବେ ଲାଗିବ ଏହି ମହାନ ଖେଳାଳିଙ୍କ ଷ୍ଟାଚ୍ୟୁ

ମୁମ୍ବାଇ: ମୁମ୍ବାଇ କ୍ରିକେଟ ଆସୋସିଏଶନ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଷ୍ଟାଚ୍ୟୁ ୱାଙ୍ଖେଡ ଷ୍ଟାଡିୟମରେ ୨୦୨୩ରେ ଲଗା ଯାଇଥିଲା । ଏବେ ଆଉ ଜଣେ ମହାନ ବ୍ୟାଟ୍ସମ୍ୟାନଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବ ଚୟନ କମିଟି ମୂଖ୍ୟ ଦିଲୀପ ଭେଙ୍ଗସରକାରଙ୍କ ଷ୍ଟାଚ୍ୟୁକୁ ସ୍ଥାପିତ କରିବା ପାଇଁ ଏମସିଏ ଘୋଷଣା କରିଛି । ଏହାର ଅଧ୍ୟକ୍ଷ ଅଜିଙ୍କ୍ୟ ନାଇକେ କହିଛନ୍ତି ଭେଙ୍ଗସରକାରଙ୍କ ଷ୍ଟାଚ୍ୟୁ ସ୍ଥାପିତ କରିବା ଏହି ମହାନ ଖେଳାଳିଙ୍କ ପ୍ରତି ଏକ ଭଲ ଶ୍ରଦ୍ଧାଞ୍ଜଳୀ ହେବ ।

ଭେଙ୍ଗସରକାର ଭାରତ ପକ୍ଷରୁ ୧୧୬ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେ ୪୨ ଆଭରେଜରେ ୬୮୬୮ ରନ ସଂଗ୍ରହ କରିଛନ୍ତି । ୧୨୯ ଦିନିକିଆରେ ୩୫୦୮ ରନ ହାସଲ କରିଛନ୍ତିି । ୧୯୮୩ ବିଶ୍ୱକପ ବିଜୟୀ ଦଳର ସେ ସଦସ୍ୟ ଥିଲେ । ସେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ୧୮ ଶତକ ମାରିଛନ୍ତି । ଏମସିଏ ବୈଠକରେ ଏହା ବ୍ୟତୀତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ମଧ୍ୟ ନିଆ ଯାଇଥିଲା । ଏମସିଏର ଉପରୋକ୍ତ ନିଷ୍ପତିକୁ କ୍ରିକେଟପ୍ରେମୀମାନେ ସ୍ୱାଗତ କରିଛନ୍ତି ।

Comments are closed.