ଭୁବନେଶ୍ୱର: କଟକରେ ଦୁର୍ଗା ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଟକରେ ବିଜେପି ସାମ୍ପ୍ରଦାୟିକ ହିଂସା କରାଇଥିବା ଦିଦି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ମନ୍ତବ୍ୟକୁ ନେଇ ବିଜେପି କାଉଣ୍ଟର ଆଟାକ କରିଛି।
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ନିଜ କଥା ବୁଝନ୍ତୁ ମମତା। କଟକରେ ଯାହା ଘଟିଥିଲା ତାହା ଏକ ଦୁର୍ଘଟଣା ଥିଲା। ଓଡ଼ିଶାରେ ଯେତେବେଳେ ଵି ହିଂସା ହୋଇଛି, ସରକାର ସଠିକ ମୁକାବିଲା କରିଛନ୍ତି। ପଶ୍ଚିମବଙ୍ଗରେ କଣ ଘଟୁଛି ଠିକ୍ ଢଙ୍ଗରେ ଦେଖିଲେ ବିଫଳତା ଦେଖିପାରିବେ। ଓଡ଼ିଶାକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ମମତା। ପଶ୍ଚିମବଙ୍ଗ ଠାରୁ ଆମେ କିଛି ଟିପ୍ପଣୀ ଆଶା କରୁନୁ।
କଟକର ପରିସ୍ଥିତି ଆଉ ପାରିବେଶ ଏବେ ଶାନ୍ତ ଅଛି । ଶାନ୍ତ ଥିବା କଟକକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଯଦି ପବର୍ତ୍ତାଇବାକୁ ଚାହିବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ କଥା । ଓଡ଼ିଶାରେ ଯେତବେଳେ ଵି ହିଂସା ହୋଇଛି ତାକୁ ସରକାର ସଠିକତାର ସହ ହ୍ୟାଣ୍ଡେଲ୍ କରିଆସିଛନ୍ତି। ସରକାର ଉପରେ ଓଡ଼ିଶାବାସୀଙ୍କ ଭରସା ଅଛି। ଓଡିଶାକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ମମତା। ଓଡ଼ିଶାର ଭାଷା, ସଂସ୍କୃତିକୁ ବଦନାମ କରିବାକୁ ସେ କୌଣସି ସୁଯୋଗ ଛାଡ଼ିନାହାନ୍ତି।
ଅନ୍ୟପଟେ ମମତା ବାନାର୍ଜୀଙ୍କ କଟକ ସମ୍ପର୍କିତ ମନ୍ତବ୍ୟକୁ ମନ୍ତ୍ରୀ କୃଷ୍ଣ ପାତ୍ର ମଧ୍ୟ କାଉଣ୍ଟର କରିଛନ୍ତି। ମନ୍ତ୍ରୀ କହିଛନ୍ତି, ମମତା କୁହାଳିଆ କେତେବେଳେ କଣ କହନ୍ତି ନିଜେ ଜାଣନ୍ତି ନାହିଁ। ସେ ନିଜେ ଦଙ୍ଗା ତିଆରି କରୁଛନ୍ତି ପଶ୍ଚିମବଙ୍ଗର। ଆମ ସରକାର ଅନୀତି, ବେନିୟମକୁ କେବେବି ପ୍ରଶ୍ରୟ ଦିଅନ୍ତି ନାହିଁ। ମୁଖ୍ୟମନ୍ତ୍ରୀ କହିସାରିଛନ୍ତି ଯିଏ ଦୋଷୀ ସେମାନଙ୍କୁ ଛଡ଼ା ଯିବ ନାହିଁ।
ସୂଚନା ଥାଉକି କଟକରେ ଦୁର୍ଗା ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, କଟକ ଆଜି ଜଳୁଛି। ଏଥିପାଇଁ ବଜରଙ୍ଗ ଦଳ ଓ ବିଜେପିକୁ ସିଧାସଳଖ ଦାୟୀ । ବିଜେପି ସରକାରକୁ ଅହଙ୍କାରୀ ସରକାର ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।
Comments are closed.