Latest Odisha News

BREAKING NEWS

ସବୁ କଳ୍ପନା ଜଳ୍ପନାର ଅନ୍ତ, ଉପର ପଡିଆରେ ହେବ ବାଲିଯାତ୍ରା

କଟକ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ସବୁ ବର୍ଷ ଭଳି ଏଥର ବି ଉପର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ଅନ୍ଧକାରରେ ରଖିଥିବା କଟକ ଜିଲ୍ଲା ପ୍ରଶାସନ ଏବେ ଉପର ବାଲିଯାତ୍ରା ପଡ଼ିଆ ପାଇଁ ଅଣ୍ଟା ଭିଡ଼ିଲା । ଏଥର ମୁଖ୍ୟ ଐତିହାସିକ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିବ MSME ଏନକ୍ଲୋଜର, ମିଶନ ଶକ୍ତି ଏନକ୍ଲୋଜର, ଆଉ ଭିଣ୍ଟେଜ୍ କାର ରାଲି ।

ଏନେଇ ଏକ ସାମ୍ୱାଦିକ ସମ୍ମିଳନୀ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ଦିବ୍ୟ ଲୋଚନ ମହାନ୍ତ ସୂଚନା ଦେଇଛନ୍ତି । ଗତକାଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉପର ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହେବ । ଏନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । କଟକର ଐତିହ୍ୟକୁ ସମ୍ମାନ ଜଣାଇ ଉପର ପଡ଼ିଆରେ ଦହିବରା ଆଳୁଦମ୍, ଠୁଙ୍କାପୁରୀ, ଫନ୍ ଜୋନ୍ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିଭଳି ଏଥର ୮୦ ହଜାର ସ୍କ୍ୱାୟର ଫୁଟ ଜାଗାରେ ଜିଲ୍ଲା ପ୍ରଶାସନ ଓ ମେହେଫିଲ୍ ଅର୍ଗାନାଇଜେସନ୍ ସହଯୋଗରେ ଲୋକେ ଭିଣ୍ଟେଜ୍ କାର ରାଲି ଦେଖିବାର ସୁଯୋଗ ପାଇବେ ।

ସେହିଭଳି ଉପର ବାଲିଯାତ୍ରା ପଡ଼ିଆରେ ଦହିବରା ଆଳୁଦମ୍ ବ୍ୟବସାୟୀ ଉପର ପଡ଼ିଆରେ ବ୍ୟବସାୟ କରିବାକୁ ଆଜି ଭେଟିଛନ୍ତି ଜିଲ୍ଲା ପ୍ରଶାସନକୁ । ଏବଂ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି ଉପର ବାଲିଯାତ୍ରା ପଡ଼ିଆରେ ଦହିବରା ଆଳୁଦମ୍ ବ୍ୟବସାୟ କରିବାକୁ । ବହୁ ପୂରାତନ କାଳରୁ ଉପର ପଡ଼ିଆରେ ଦହିବରା ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଉପର ପଡ଼ିଆରେ ବାଲିଯାତ୍ରା ବନ୍ଦକୁ ନେଇ ଆଶା ଆଶଙ୍କାରେ ଥିବା ବେଳେ ହାଇକୋର୍ଟଙ୍କ ପୂର୍ଣ୍ଣଛେଦ ପଡ଼ିବା ପରେ ଖୁସିବ୍ୟକ୍ତ କରିଛନ୍ତି ।

ଏବେ ଅପେକ୍ଷା ଉପର ବାଲିଯାତ୍ରା ପଡ଼ିଆରେ କିଭଳି ରହିବ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଏବଂ କିଭଳି ହେବ ବିଶ୍ୱର ସର୍ବ ବୃହତ୍ ମୁକ୍ତ ଆକାଶ ବାଣିଜ୍ୟ ମେଳା ।

 

Comments are closed.