Latest Odisha News

BREAKING NEWS

ନିଜ କାରର କାଚ ଭାଙ୍ଗିଦେଲେ ରୋହିତ ଶର୍ମା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ମୁମ୍ବାଇରେ ସେ ଅଭ୍ୟାସ କରୁଥିବା ବେଳେ ପ୍ରଶଂସକମାନେ ଏହାର ମଜା ମଧ୍ୟ ଉଠାଉଛନ୍ତି । ଶିବାଜୀ ପାର୍କ ନେଟ୍ସରେ ହିଟମ୍ୟାନ ଅଭ୍ୟାସ ଅବସରରେ ଲମ୍ବା ଶଟ ଖେଳିଥିଲେ । ଏଥିମଧ୍ୟରୁ ଗୋଟିଏ ଶଟ ତାଙ୍କ ଦାମୀ କାରରେ ବାଜିଥିଲା । କିଛି ଦିନ ତଳେ ସେ ୪ କୋଟି ଟଙ୍କା ମୂଲ୍ୟର କାର କିଣିଥିଲେ । ଏବେ ସେ ଏହି କାରରେ ଅଭ୍ୟାସ କରିବା ପାଇଁ ଯାଉଛନ୍ତି । ରୋହିତ ମାରିଥିବା ଏହି ଲମ୍ବା ଶଟ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବଲ କାରରେ ମାଡ ହେବାର ଶବ୍ଦ ଶୁଣାଯାଉଛି ।

ତେବେ ଏହା ସତରେ ଭାଙ୍ଗିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିନି । ଅଷ୍ଟ୍ରେଲିଆ ଗସ୍ତରେ ରୋହିତଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । କେତେକ ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆ ଗସ୍ତ ପରେ ରୋହିତଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ହୋଇଯିବ । ତେବେ ତାଙ୍କ ବ୍ୟାଟିଂ ଅଭ୍ୟାସ ଦେଖିଲେ, ସେ ଏତେ ସହଜରେ କ୍ରିକେଟ ଛାଡିବେ ତାହା ଅନୁମାନ କରି ହେଉନି ।

Comments are closed.