Latest Odisha News

BREAKING NEWS

୮ ଦଫା ଦାବି ନେଇ ପାରାଦୀପ ପିଆଇସିଟି କମ୍ପାନୀ ସମ୍ମୁଖରେ ଧାରଣାଦେେଲେ କାର୍ଯ୍ୟରତ ଶ୍ରମିକ

ପାରାଦୀପ: କାର୍ଯ୍ୟରତ ଶ୍ରମିକମାନେ ପାରାଦୀପର ପିଆଇସିଟି କମ୍ପାନୀ ଫାଟକ ସମ୍ମୁଖରେ ୮ ଦଫା ଦାବି ପୂରଣ ନେଇ ଧାରଣାରେ ବସିଛନ୍ତି । ପାରାଦୀପ ପୋର୍ଟ ଆଣ୍ଡ ଡ଼କ୍ ମଜଦୁର ୟୁନିଅନ ପକ୍ଷରୁ ଆଠଦଫା ଦାବି ନେଇ ଧାରଣା ରେ ବସିଛନ୍ତି ଶତାଧିକ ଶ୍ରମିକ ।

ପିଆଇସିଟି କମ୍ପାନୀ ରେ ଠିକାଦାର ଅଧିନରେ ଦିର୍ଘଦିନ ହେବ ଶ୍ରମିକ ମାନେ କାର୍ଯ୍ୟ କରି ଆସୁଥିବା ବେଳେ କମ୍ପାନୀ ପକ୍ଷରୁ ସେମାନଙ୍କୁ ଶ୍ରମ ଆଇନୀ ନିୟମ ରେ ସେଭଳି କୌଣସି ସାହାଯ୍ୟ ସହଯୋଗ ମିଳୁନଥିବା ଅଭିଯୋଗ ହୋଇଛି। ତେବେ କିଛି ଦିନତଳେ ବିନା କାରଣରେ ୬ ଜଣ ଶ୍ରମିକ କୁ ଛଟେଇ କରାଯାଇଥିଲା।

ୟୁନିଅନ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ତେଣୁ ଆଜି ସକାଳୁ ଶ୍ରମିକ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

କେବଳ ଶ୍ରମିକ ଛଟେଇ ନୁହେଁ , ସୂରକ୍ଷା ସରଞ୍ଜାମ ଯୋଗାଇନଦେବା , ଇପିଏଫ ଇଏସାଇ ନ କାଟିବା , ଦରମା ଠିକ୍ ସମୟରେ ନମିଳିବା ଏହି ଭଳି ଆଠଦଫା ଦାବି ନେଇ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଶ୍ରମିକ ମାନେ। ତେବେ କମ୍ପାନୀ ,ୟୁନିୟନ୍ ଓ ପ୍ରଶାସନ ଭିତରେ ଏହାକୁ ନେଇ ଅନେକ ଥର ଆଲୋଚନା କରାଯାଇଥିଲେ ମଧ୍ୟ କମ୍ପାନୀ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ତେଣୁ ଯେ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କ ଦାବି ଉପରେ କମ୍ପାନୀ ଦୄଷ୍ଟି ଦେଇ ନିର୍ଜାସ ବାହାର କରିନାହାଁନ୍ତି ସେ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।

 

Comments are closed.