ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଆଜି ଐତିହାସିକ ପଦକ୍ଷେପ ନିଆଯାଇଛି । ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ଏବେ ମନ୍ଦିରକୁ ରେଡ୍ ଜୋନ୍ ଘୋଷଣା କଲା ଡିଜିସିଏ । ଏୟାରସ୍ପେଶ୍ ମ୍ୟାପରେ କିଛି ଏଭଳି ତଥ୍ୟ ରହିଥିବା ଭାରତ ସରକାରଙ୍କ ଡିଜିସିଏ ୱେବସାଇଟରେ ଉପଲବ୍ଧ ରହିଛି । ଏହାର ଅବଧି ୨୦୨୮ ସେପ୍ଟେମ୍ବର ୨୫ ତାରିଖରେ ଏହାର ସମୟସୀମା ପର୍ଯ୍ୟନ୍ତ ରହିଛି ।
ପୂର୍ନବାର ଶ୍ରୀମନ୍ଦିର ଉପରକୁ ନିଷିଧାଞ୍ଚଳ କରିବାକୁ ଆବେଦନ କରାଯିବ । ଏବେ ରେଡ୍ ଜୋନ୍ ଘୋଷଣା ହେବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ।
ଗୁରୁବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ବେଳେ ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅପରେଟ୍ କରୁଥିବା ଅପରେଟରକୁ ଧରିବାରେ ପୁରୀ ପୋଲିସ ସଫଳ ହୋଇଥିଲା । ଏହାପରେ ଶ୍ରୀମନ୍ଦିରକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଗଲା । ପରେ କେବଳ ଆଣ୍ଟି ଡ୍ରୋନ୍ ଡିଭାଇସ୍ ଲାଗିଲେ ଉଡୁଥିବା ଡ୍ରୋନ୍ କାବୁ ହୋଇପାରିବ ବୋଲି ସୂଚନା ରହିଛି ।
Comments are closed.