Latest Odisha News

BREAKING NEWS

ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ ବିଶ୍ୱାସ

ନୂଆପଡା: ଆନ୍ତର୍ଜାତୀୟ ପାରା ବ୍ୟାଟମିଣ୍ଟନ ପ୍ରତିଯୋଗିତାରେ ଭାଗ ନେଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ନୂଆପଡାର ଜିଲ୍ଲା କୋମନା ବ୍ଲକ ଲରକି ଗାଁର ବିଶ୍ୱାସ ପଣ୍ଡା l ଏହାକୁ ନେଇ ବିଶ୍ୱାସଙ୍କ ପରିବାରକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ପରିବାର ସହ ପଡୋଶୀ ମଧ୍ୟରେ ନାହିଁନଥିବା ଖୁସି ଦେଖିବାକୁ ମିଳିଛି l

ଲରକି ଗାଁର ନିଶାକାନ୍ତ ପଣ୍ଡା ଓ ସସ୍ମିତା ପଣ୍ଡାଙ୍କ ପୁଅ ବିଶ୍ୱାସ ନାଇଜେରିଆ ଠାରେ ଅନୁଷ୍ଠିତ ପାରା ବ୍ୟାଟମିଣ୍ଟନ ପ୍ରତିଯୋଗିତାରେ ଦେଶ ପାଇଁ ପ୍ରତିନିଧିତ୍ୱ କରି ବ୍ରୋଞ୍ଜ ପଦକ ହାସଲ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି l ସେ ଭୁବନେଶ୍ୱର ସ୍ଥିତ ଏକ କଲେଜରେ B.Com ଡିଗ୍ରୀ ହାସଲ କରିବା ପରେ ଉଡାନ ଏକାଡେମିରେ ବ୍ୟଟମିଣ୍ଟନରେ ପ୍ରଶିକ୍ଷଣ ନେଉଛନ୍ତି l

ଗତବର୍ଷ ବିଶ୍ୱାସ ରାଜ୍ୟସ୍ତରୀୟ ଯୁଗ୍ମ ପ୍ରୀତିଯୋଗୀତାରେ କାଁସ୍ୟ ଓ ଅନ୍ୟ ଏକ ପ୍ରତିଯୋଗିତାରେ ରୋପ୍ୟ ପଦକ ପାଇ ଚର୍ଚ୍ଚାରେ ଆସିଥିଲେ l ବର୍ତ୍ତମାନ ଆନ୍ତର୍ଜାତୀୟ ସଫଳତା ପାଇବା ପରେ ନୂଆପଡା ଜିଲ୍ଲାବ୍ୟାପୀ ତାଙ୍କ ସମର୍ଥକ ମାନେ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛନ୍ତି l

ଏହି ସଫଳତା ପଛରେ କଠିନ ପରିଶ୍ରମ ସହ ସହପାଠୀ ଓ ପରିବାରର ସମର୍ଥନକୁ ବିଶ୍ୱାସ ଶ୍ରେୟ ଦେଇଥିବା ବେଳେ କ୍ରୀଡା କ୍ଷେତ୍ର ମୋ ପୁଅ ଜିଲ୍ଲାର ଉଦାହରଣ ହୋଇ ଜିଲ୍ଲା, ରାଜ୍ୟ ତଥା ଦେଶ ପାଇଁ ନାଁ କିପରି ରଖିବ ଭଗବାନ ଠାରେ ଏତିକି ପ୍ରାର୍ଥନା ବୋଲି ବାପା ମାଆ କହିଛନ୍ତି l

Comments are closed.