Latest Odisha News

BREAKING NEWS

ରାଜରାସ୍ତାରେ ହୁତୁହୁତୁ ଜଳିଲା ବସ୍, ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

ଜୈସଲମେର: ରାଜସ୍ଥାନର ଜୈସଲମେରର ଜୈସଲମେର-ଯୋଧପୁର ରାଜପଥରେ ମଙ୍ଗଳବାର ଦିନ ଏକ ଚଳନ୍ତା ଏସି ସ୍ଲିପର ବସ୍‌ରେ ନିଆଁ ଲାଗିଯାଇଥିଲା। ଯେଉଁଥିରେ ୨୦ ଜଣ ଯାତ୍ରୀ ଜୀବନ୍ତ ଜଳି ଯାଇଥିବା ରିପୋର୍ଟ ମିଳିଛି।

ତେବେ ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କର ଜୈସଲମେରରେ ଏବଂ ଜଣେ ୭୯ ବର୍ଷୀୟ ହୁସେନ ଖାନଙ୍କର ଯୋଧପୁରରେ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ଜୈସଲମେରର ଥଇୟତ ଗାଁ ନିକଟରେ ଘଟିଥିଲା ଓ ସର୍ଟସର୍କିଟ୍ ଯୋଗୁଁ ଏପରି ଦୁଃଖଦ ଘଟଣା ଘଟିଥିବା ନେଇ ପୋକରଣ ବିଧାୟକ ପ୍ରତାପ ପୁରୀ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ଜଣ ଶିଶୁ ଏବଂ ଚାରି ଜଣ ମହିଳା ସମେତ ୧୫ ଜଣ ଜଳିଯାଇଛନ୍ତି। ଆହତ ହୋଇଥିବା ଯାତ୍ରୀମାନଙ୍କୁ ଜୈସଲମେରର ଜବାହର ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା କିନ୍ତୁ ସେଠାରୁ ସେମାନଙ୍କୁ ଯୋଧପୁରକୁ ରେଫର କରାଯାଇଥିଲା।

ବସରେ ମୋଟ ୫୭ ଜଣ ଯାତ୍ରୀ ଥିଲେ ଓ ଅଧିକାଂଶ ଯାତ୍ରୀଙ୍କ ଶରୀର ୭୦ ପ୍ରତିଶତ ପର୍ଯ୍ୟନ୍ତ ପୋଡ଼ି ଯାଇଥିବା ସୂଚନା ମିଳିଛି। ଡିଏନଏ ପରୀକ୍ଷା କରାଯାଇ ମୃତକଙ୍କୁ ଚିହ୍ନଟ କରାଯିବ ବୋଲି ଜିଲ୍ଲାପାଳ ପ୍ରତାପ ସିଂହ କହିଛନ୍ତି। ତେଣୁ ମୃତକଙ୍କ ପରିବାରବର୍ଗଙ୍କୁ ଯୋଗାଯୋଗ କରିବାକୁ ସେ ନିବେଦନ କରିଛନ୍ତି।

ତେବେ ବସଟି ନିୟମିତ ଭାବରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଜୈସଲମେରରୁ ଯୋଧପୁର ଅଭିମୁଖେ ବାହାରିଥିଲା। ପ୍ରାୟ ୨୦ କିମି. ଯିବା ପରେ ଥାଇୟାତ ଗାଁ ନିକଟରେ ହଠାତ୍ ବସର ପଛ ପାଖରୁ ଧୂଆଁ ବାହାରିଥିଲା ଓ କିଛି ସମୟ ମଧ୍ୟରେ ଗାଡ଼ିରେ ସମ୍ପୂର୍ଣ୍ଣ ନିଆଁ ଲାଗିଯାଇଥିଲା।କିଛି ଲୋକମାନେ ଚଳନ୍ତା ବସରୁ ଡେଇଁ ନିଜର ଜୀବନ ରକ୍ଷା କରିଥିଲେ। ଏହି ଦୁର୍ଘଟଣାର ଖବର ପାଇ ନିକଟସ୍ଥ ଗ୍ରାମବାସୀ, ପଥଚାରୀ ମାନେ ଘଟଣାସ୍ଥଳକୁ ଆସି ଅଗ୍ନିଶମ ବିଭାଗ ଏବଂ ପୋଲିସକୁ ଖବର ଦେଇଥିଲେ। ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

 

Comments are closed.