ବ୍ରହ୍ମପୁର: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା । ପୋଲିସ ହାତରେ ସାର୍ପ ସୁଟର ଧରାପଡିଥିବା ସୂଚନା ମିଳୁଛି । ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଛି ବ୍ରହ୍ମପୁର ପୋଲିସ । ଏହି ଦୁଇ ଜଣଙ୍କ ମଧ୍ୟରେ ଜଣେ ସାର୍ପ ସୁଟର୍ ଓ ଅନ୍ୟ ଜଣେ ରେକି ଟିମରେ ସାମିଲ ଥିବା ଜଣାପଡ଼ିଛି।
ପୀତବାସଙ୍କ ବ୍ୟବସାୟ ସହଯୋଗୀ ବାଲାଜୀ ରେଡ୍ଡୀ ଓ ଜଣେ ମଦ ବ୍ୟବସାୟୀଙ୍କୁ ମାରାଥନ୍ ଜେରା କରିଛି ପୋଲିସ ।
ଏ ଘଟଣାରେ ରାଜ୍ୟ ବାହାର ଅପରାଧୀଙ୍କ ସଂପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ତାଙ୍କୁ କଣ ପାଇଁ କିଏ ହତ୍ୟା କଲା ତାହାର ତନାଘନା ଚାଲିଛି ।
ଗତ ୬ ତାରିଖ ରାତିରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ନିକଟରେ ପଏଣ୍ଟ୍ ବ୍ଲାଙ୍କରୁ ଗୁଳିକରି ହତ୍ୟା କରାଯାଇଥିଲା। ବ୍ରହ୍ମାନଗରଠାରେ ପୀତବାସଙ୍କୁ ଗୁଳିମାଡ଼ ହୋଇଥିଲା । ରାତି ପ୍ରାୟ ୧୦ଟା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ସେମାନେ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ।
Comments are closed.