Latest Odisha News

BREAKING NEWS

ରାଗିଗଲେ ଯଶପ୍ରୀତ ବୁମରାହ

ନୂଆଦିଲ୍ଲୀ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ତାଙ୍କ ଶାନ୍ତ ସ୍ୱଭାବ ଓ ଖେଳୁଆଡ ମନୋଭାବ ନେଇ ପରିଚିତ । ସେ ସହଜରେ ରାଗନ୍ତି ନାହିଁ । ତେବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମୁମ୍ବାଇ ବିମାନ ବନ୍ଦରରୁ ବୁମରାହ ବାହାରକୁ ଯାଉଥିବା ବେଳେ ଫଟୋଗ୍ରାଫର ଓ ସାମ୍ବାଦିକମାନେ ତାଙ୍କୁ ଘେରି ଯାଇଥିଲେ । ନିଜକୁ ଭୀଡରୁ ବାହାରକୁ ନେବା ପାଇଁ ବୁମରାହ କିଛି ସମୟ ଚେଷ୍ଟା କରିଥିଲେ । ମାତ୍ର ପରେ ରାଗି ଯାଇଥିଲେ । ସେ କହିଥିଲେ ମୁଁ ତୁମକୁ ଡାକି ନାହିଁ । ତୁମେ ବୋଧହୁଏ ଆଉ କାହା ପାଇଁ ଆସିଛ, ସେ ପଛରେ ଆସୁଛନ୍ତି । ମୋତେ ମୋ ଗାଡି ପାଖକୁ ଯିବାକୁ ଦିଏ ବୋଲି କହି ସେ ପଳେଇ ଯାଇଥିଲେ ।

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ବୁମରାହ ରାଗି ଯାଇଥିଲେ । ବୁମରାହଙ୍କ ବଲ ଜଷ୍ଟିନ କ୍ୟାମ୍ପବେଲଙ୍କ ଗୋଡରେ ବାଜିଥିଲା । ଅମ୍ପାୟର ନଟଆଉଟ ଦେଇଥିଲେ । ରିପ୍ଲେରେ ବଲ ୱିକେଟରେ ବାଜୁଥିବା ସ୍ପଷ୍ଟ ଜଣା ପଡୁଥିଲା । ଥାର୍ଡ ଅମ୍ପାୟର ରିପ୍ଲେରେ ସମ୍ପୂଣ୍ଣୟ ଭାବେ ଆଶ୍ୱସ୍ତ ହୋଇ ନ ପାରିଥିଲେ । ସେ କ୍ୟାମ୍ପବେଲଙ୍କୁ ନଟଆଉଟ ଦେଇଥିଲେ । ଯାହାକୁ ନେଇ ବୁମରାହ ରାଗିକରି ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ ।

Comments are closed.