ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଇଂଲଣ୍ଡରେ ଆଗକୁ ରହିବେ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି । ଏହି ଅବସରରେ କୋହଲି ଗୁରୁଗ୍ରାମରେ ଥିବା ବଙ୍ଗଳାର ସମ୍ପୂର୍ଣ୍ଣ ଦାୟିତ୍ୱ ବଡ ଭାଇ ବିକାଶ କୋହଲିଙ୍କୁ ଦେଇଛନ୍ତି । ଏହି ସମ୍ପତିର ମୂଲ୍ୟ ୮୦ କୋଟି ହେବ ବୋଲି ଆକଳନ କରାଯାଇଛି । ବିରାଟ ପାୱାର ଅଫ ଆଟୋର୍ଣ୍ଣି ଭାଇଙ୍କୁ ଦେଇଛନ୍ତି । ପତ୍ନୀ ଅନୁଷ୍କା ଓ ପିଲାମାନଙ୍କ ସହ କୋହଲି ଅଧିକାଂଶ ସମୟ ଲଣ୍ଡନରେ କାଟୁଛନ୍ତି । ଫଳରେ ଭାରତକୁ ବାରମ୍ବାର ଆସିବା ସମ୍ଭବପର ହେଉନି ।
ଏବେ ବଡ ଭାଇ ନାମରେ ପାୱାର ଅଫ ଆଟୋର୍ଣ୍ଣି କରିବା ପରେ ସେ ନିଶ୍ଚିତ ହୋଇ ଲଣ୍ଡନରେ ରହିପାରିବେ । ବିକାଶ କୋହଲି ଏବେ ଏହି ସମ୍ପତି ସମ୍ପର୍କୀତ ସମସ୍ତ କାର୍ଯ୍ୟ କରିପାରିବେ । କୋହଲି ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବା ପର୍ଥରେ ପଂହଚିଛନ୍ତି । ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ମ୍ୟାଚ ଖେଳାଯିବ । ସେ ଟେଷ୍ଟ ଏବଂ ଟି୨୦ରୁ ପୂର୍ବରୁ ଅବସର ନେଇ ସାରିଛନ୍ତି । ଦିନିକିଆ ବିଶ୍ୱକପ ଖେଳିବା ତାଙ୍କର ଶେଷ ସ୍ୱପ୍ନ ବୋଲି ଏହି ମହାନ ବ୍ୟାଟ୍ସମ୍ୟାନ କହିଛନ୍ତି ।
Comments are closed.