Latest Odisha News

ଚଳିତ ବର୍ଷର ଟପ୍ ୫ ରେ ଅଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ପ୍ରତିବର୍ଷ ଅନେକ ଫିଲ୍ମ ଆସୁଛି । କାହାକୁ ଦର୍ଶକ ପସନ୍ଦ କରୁଛନ୍ତି ପୁଣି କାହାକୁ ପସନ୍ଦ କରୁନାହାଁନ୍ତି । ଚଳିତବର୍ଷ ଅନେକ ଫିଲ୍ମ ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଛି । ଏହି ଫିଲ୍ମ ଗୁଡିକରେ ଯେଉଁ ଅଭିନେତ୍ରୀ ଅଛନ୍ତି ସେମାନଙ୍କପ୍ୱହୁତ ପ୍ରଂଶସା କରାଯାଉଛି । ଆଶ୍ଚର୍ଯ୍ୟର କଥା ହେଉଛି ଅଭିନେତ୍ରୀଙ୍କ ସଫଳ ହୋଇଥିବା ଫିଲ୍ମରେ ଦୀପିକା କି ଆଲିଆଙ୍କ ନାଁ ନାହିଁ । ଏମାନଙ୍କ ବ୍ୟତୀତ ଅନ୍ୟ ଅଭିନେତ୍ରୀ ଟପ ୫ ସ୍ଥାନରେ ରହିଛନ୍ତି ।

ପିରିୟଡ ଡ୍ରାମା ଫିଲ୍ମ ଛାୱା ଏବର୍ଷର ସବୁଠୁ ଅଧିକ ରୋଜଗାର କରିଥିବା ସିନେମା । ବିକ୍କି କୌଶଲ ଏଥିରେ ମୁଖ୍ୟ ଭୂମିକାରେ ଚରିତ୍ର ନିର୍ବାହ କରିଥିବା ବେଳେ ନାୟିକା ଭୂମିକାରେ ଅଛନ୍ତି ରଶ୍ମିକା ମନ୍ଦାନା । ଏହି ଫିଲ୍ମ ସାରା ବିଶ୍ୱରେ ୮ଶହ କୋଟିରୁ ଅଧିକ ରୋଜଗାର କରିଛି । ଏହି କାରଣରୁ ରଶ୍ମିକା ଶୀର୍ଷରେ ରହିଛନ୍ତି ।

ମ୍ୟୁଜିକାଲ ରୋମାଣ୍ଟିକ କମେଡି ଫିଲ୍ମ ସୈୟାରାରେ ଅଭିନୟ କରି ସିନେପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅନୀତ । ନବାଗତ ଅଭିନେତା ଆହାନ ପାଣ୍ଡେ ଓ ଅନୀତ ଷ୍ଟାରର ସୈୟାରା ମୁଭି ଦେଶ ବିଦେଶରେ ଖୁବ ଲୋକପ୍ରିୟା ସାଉଁଟିଛି । ଦର୍ଶକ ବିଶେଷ କରି ଏହି ଫିଲ୍ମକୁ ବହୁତ ଭଲପାଇବା ଦେଇଛନ୍ତି । ସାରା ବିଖ୍ନେ ଏହି ଫିଲ୍ମ ୫୭୯ କୋଟି ଟଙ୍କା କଲେକ୍ସନ କରିଛି । ଏହି ମୁଭି ଏବେ ଯାଏଁ ଚଳିତ ବର୍ଷରେ ଦ୍ୱିତୀୟ ସ୍ଥାନରେ ରହିଛି
କିଆରା ଆଡଭାନୀ ତୃତୀୟ ସ୍ଥାନରେ ରହିଛନ୍ତି । ୱାର-୨ ଏ ବର୍ଷର ସବୁଠୁ ସଫଳ ଫିଲ୍ମ ଗୁଡିକ ମଧ୍ୟରୁ ଅନ୍ୟତମ ରହିଛି । ଫିଲ୍ମରେ ରିତିକ ରୋଶନ, ଜୁନିଅର ଏନଟିଆର ଓ କିଆରା ଆଡଭାନୀ ନଜର ଆସିଛନ୍ତି । ସାରା ବିଶ୍ୱରେ ଏହି ଫିଲ୍ମ ଭଲ ଚାଲିଥିଲା । ଚଳିତବର୍ଷ ଏହି ମୁଭି ୩୦୨ କୋଟି ଟଙ୍କା ରୋଜଗାର କରିଛି ।

ଅମୀର ଖାନଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଚଳଚିତ୍ର ସିତାରେ ଜମିନ ପର ମଧ୍ୟ ଭଲ ଚାଲିଛି । ଏହି ମୁଭି ଜରିଆରେ ବଡ ପରଦାକୁ କମବ୍ୟାକ କରିଛନ୍ତି ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ । ଜେନିଲିଆ ଡିସୁଜା ଫିଲ୍ମରେ ଦମଦାର ରୋଲ କରିଛନ୍ତି । ଫିଲ୍ମକୁ ଦେଶ ଏବଂ ବିଦେଶରେ ଲୋକ ବହୁତ ପସନ୍ଦ କରିଛନ୍ତି । ଚଳିତବର୍ଷ ଏହି ମୁଭି ୨୬୬ କୋଟି କଲେକସନ କରିଛି । ବ୍ୟବସାୟ ମାମଲାରେ ଏହି ମୁଭି ଚତୁର୍ଥ ସ୍ଥାନରେ ରହିଛି ।

ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ରେଡ-୨ରେ ମୁଖ୍ୟ ନାୟିକାରେ ଅଛନ୍ତି ବାଣୀ କପୁର । ଫିଲ୍ମ ରିଲିଜ ହେବାର ମାତ୍ର ୫ ଦିନରେ ବଜେଟ ଅସୁଲ କରିଦେଇଥିଲା । ଫିଲ୍ମ ବ୍ୟବସାୟ କଥା ଯଦି ଆଲୋଚନା ହୁଏ ତେବେ ବଲିଉଡ ହଙ୍ଗାମାର ହିସାବ ମୁତାବକ ରେଡ-୨ ଏବର୍ଷ ୨୪୩ କୋଟି ଟଙ୍କା ରୋଜଗାର କରିଛି । ବାଣୀ କପୁର ଅଥିରେ ଭଲ ଅଭିନୟ କରିଛନ୍ତି । ଆଉ ତାଙ୍କ ଫିଲ୍ମ ୨୪୩ କୋଟି ଟଙ୍କା କଲେକ୍ସନ କରିଥିବାରୁ ତାଙ୍କୁ ପଞ୍ଚମ ସ୍ଥାନରେ ରଖାଯାଇଛି ।

ଏହି ୫ ଅଭିନେତ୍ରୀ ଏବର୍ଷ ହିଟ ତାଲିକାରେ ରହିଛନ୍ତି । ଆଲିୟା ଭଟ୍ଟ କି ଦୀପିକା ପାଦୁକୋନ ଚଳିତବର୍ଷ ବେଷ୍ଟ ୫ ହିରୋଇନଙ୍କ ତାଲିକାରେ ନାହାଁନ୍ତି ।

Comments are closed.