ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରେ ଅନୁଷ୍ଠିତ ହେବାକୁ ନୂଆପଡ଼ା ଉପନିର୍ବାଚନର ପରିଚାଳନା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏକ ଷ୍ଟିୟରିଂ କମିଟି ଓ ମନିଟରିଂ କମିଟି ଗଠନ କରିଛନ୍ତି।
ଉକ୍ତ କମିଟି ବ୍ୟବସ୍ଥିତ ଭାବରେ ନିର୍ବାଚନ ପରିଚାଳନା କରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ବିଜୟୀ କରିବାରେ ସମସ୍ତ ଦାୟୀତ୍ୱ ନିର୍ବାହ କରିବାକୁ ସେ ଅନୁରୋଧ କରିଛନ୍ତି।
‘ନିର୍ବାଚନ ଷ୍ଟିୟରିଂ କମିଟି’ରେ କଂଗ୍ରେସ ନେତୃବୃନ୍ଦ ସପ୍ତଗିରି ଶଙ୍କର ଉଲ୍ଲାକା, ଦେବାଶିଷ ପଟ୍ଟନାୟକ, ସିର୍ଦ୍ଧାଥ ସ୍ୱରୂପ ଦାଶ, ଅଶୋକ ଦାସ, ସାଗର ଚରଣ ଦାସ, କାଡରକା ଆପାଲା ସ୍ୱାମୀ, ସତ୍ୟଜିତ ଗମାଙ୍ଗୋ, ମଙ୍ଗୁ ଖିଲ, ପବିତ୍ର ସାଉଁଟା ଓ ନିଳମାଧବ ହିକକା ପ୍ରମୁଖ ରହିଛନ୍ତି।
ସେହିପରି ‘ନିର୍ବାଚନ ମନିଟରିଂ କମିଟି’ରେ କଂଗ୍ରେସ ନେତୃବୃନ୍ଦ ଭାରତ ଭୂଷଣ ବେମାଲ, ବିନୋଦ ପାତ୍ର, କୃଷ୍ଣଚନ୍ଦ୍ର ଶଗରିଆ, ଜାକବ ପ୍ରଧାନ, ଅଶିତ ପଟ୍ଟନାୟକ, ଦୌପ୍ରଦୀ ମାଝୀ, ଫକୀର ଜଗତ, ବିଜୟାନନ୍ଦ ଚାଉଳିଆ, ସରୋଜ ପ୍ରଧାନ, ପିନାକୀ ନାରାୟଣ ଦାସ, ସେମ ହେମ୍ବ୍ରମ, ଜ୍ଞାନରଞ୍ଜନ ଦାସ, ଗଣେଶ ସାହୁ, ଅନିଲ ମେହେର, ଅଜିତ ଦାସ, ଜଳନ୍ଧର ନାୟକ, ଅଖିଳ ଭତ୍ରା, ଦିଲ୍ଲୀପ ଦୁରିଆ, ନିର୍ମଳ ନାୟକ, ହରଦିପ ସିଂ ଓ ଅଙ୍କିତ ସିଂଘାଇ ପ୍ରମୁଖ ରହିଛନ୍ତି।
Comments are closed.