ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ଆଗାମୀ ସଂସ୍କରଣ ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ । ଏଥର ବିଶ୍ୱକପରେ ୨୦ଟି ଟିମ ଅଂଶଗ୍ରହଣ କରିବେ । ୨୦୨୪ ଟି୨୦ ବିଶ୍ୱକପ ପରେ କେତୋଟି ଟିମର ନାମ ଚୂଡାନ୍ତ ହୋଇଥିଲା । ଏବେ ବିିଭିନ୍ନ ଯୋଗ୍ୟତାପର୍ଯ୍ୟାୟ ମୁକାବିଲା ପରେ କେଉଁ କେଉଁ ଟିମ ଏହି ବିଶ୍ୱକପରେ ଖେଳିବେ ତାହା ଚୂଡାନ୍ତ ହୋଇଛି । ଅକ୍ଟୋବର ୧୫ରେ ନେପାଳ ଓ ଓମାନ ମନୋନୀତ ହେବା ପରେ ୧୯ଟି ଟିମ ସ୍ଥିର ହୋଇଥିଲା । ୟୁଏଇ ୨୦ତମ ଦଳ ଭାବେ ବିଶ୍ୱକପ ଯୋଗ୍ୟତା ହାସଲ କରିଛି ।
ଏସିଆ ପ୍ୟାସିଫିକ କ୍ୱାଲିଫାୟରରେ ଜାପାନ ପ୍ରଥମେ ବ୍ୟାଟିଂ କରି ୧୧୬ ରନ କରିଥିଲା । ୟୁଏଇ ୧୨.୧ ଓଭରରେ ୨ ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଥିଲା ।
ଟି୨୦ ବିଶ୍ୱକପ ଟିମ: ଭାରତ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, ବାଂଲାଦେଶ, ୟୁଏସଏ, ୱେଷ୍ଟଇଣ୍ଡିଜ, ଆୟର୍ଲାଣ୍ଡ, ପାକିସ୍ତାନ, କାନାଡା, ଇଟାଲୀ, ନେଦରଲାଣ୍ଡ, ନାମ୍ବିଆ, ଜିମ୍ବାୱେ, ନେପାଳ, ଓମାନ ଓ ୟୁଏଇ ।
Comments are closed.