Latest Odisha News

BREAKING NEWS

ଅଷ୍ଟ୍ରେଲିଆରେ ଏହି ୧୦ ରେକର୍ଡ କରି ପାରନ୍ତି ରୋହିତ

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୧୯ରୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଖେଳିବ । ଏହି ସିରିଜରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ନିକଟରେ ରୋହିତଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ ଗସ୍ତରେ ରୋହିତଙ୍କ ନିକଟରେ ଏହି ୧୦ ରେକର୍ଡ ସୃଷ୍ଟି କରିବା ସୁଯୋଗ ରହିଛି ।

୧. ଆନ୍ତର୍ଜାତୀୟ କ୍ରିକେଟରେ ରୋହିତଙ୍କ ନିକଟରେ ୨୦୦୦୦ ରନ ପୂର୍ଣ୍ଣ କରିବା ସୁଯୋଗ ରହିଛି । ଏଥିପାଇଁ ଏହି ସିରିଜରେ ତାଙ୍କୁ ୩୦୦ ରନର ଆବଶ୍ୟକତା ରହିଛି । ରୋହିତ ଏଥିସହ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ରାହୁଲ ଡ୍ରାଭିଡଙ୍କ ସହ ସମକକ୍ଷ ହେବେ ।
୨. ରୋହିତ ଆଉ ୧୨ଟି ଛକା ମାରିଲେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆରେ ସର୍ବାଧିକ ଛକା ମାରିବା ବ୍ୟାଟ୍ସମ୍ୟାନ ହେବେ ।
୩. ଭାରତର ୫ମ ଖେଳାଳି ଭାବେ ଦେ ୫୦୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ସୁଯୋଗ ରହିଛି । ରୋହିତ ୪୯୯ ମ୍ୟାଚ ଖେଳିଛନ୍ତି । ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ, ଏମଏସ ଧୋନୀ ଓ ବିରାଟ କୋହଲି ୫୦୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳିଛନ୍ତି ।
୪. ରୋହିତ ଦିନିକିଆରେ ୨୭୩ ମ୍ୟାଚରେ ୧୧୧୬୮ ରନ କରିଛନ୍ତି । ୫୪ ରନ ସଂଗ୍ରହ କଲେ ସେ ସଚିନ, କୋହଲି ଓ ସୌରଭ ଗାଙ୍ଗୁଲିଙ୍କ ପରେ ଦିନିକିଆରେ ସର୍ବାଧିକ ରନ ସଂଗ୍ରହରେ ଭାରତର ଚତୁର୍ଥ ବ୍ୟାଟ୍ସମ୍ୟାନ ହେବେ ।
୫.ରୋହିତ ଆଉ ୧୦ ରନ କଲେ ପ୍ରଥମ ଭାରତୀୟ ଭାବେ ଭାରତ-ଅଷ୍ଟ୍ରେଲିଆ ଦିନିକିଆରେ ୧୦୦୦ ରନ ପୂର୍ଣ୍ଣ କରିବେ । ସେ ୧୯ ମ୍ୟାଚରେ ୯୯୦ ରନ କରିଛନ୍ତି ।

୬.ରୋହିତ ଶର୍ମା ଆନ୍ତର୍ଜାତୀୟ କ୍ରିକେଟରେ ୫୦ ଶତକ ପୂରଣ କରିବା ପାଇଁ ଆଉ ଗୋଟିଏ ସେଂଚୁରୀ ଆବଶ୍ୟକ କରୁଛନ୍ତି ।
୭. ରୋହିତ ଆଉ ଗୋଟିଏ ଶତକ ହାସଲ କଲେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଶତକ ହାସଲରେ ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହେବେ । ସଚିନ ୯ ଶତକ ହାସଲ କରିଛନ୍ତି ।
୮. ସେହିପରି ୨ଟି ଶତକ ମାରିଲେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ୧୦ ଶତକ ମାରିବା ରେକର୍ଡ କରିବେ ।
୯. ରୋହିତ ଏହି ସିରିଜ ୨ଟି ଶତକ ମାରିଲେ ଭାରତର ଓପନର ଭାବେ ସର୍ବାଧିକ ଶତକ ହାସଲରେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହେବେ । ସଚିନ ଓପନର ଭାବେ ୪୫ ଏବଂ ରୋହିତ ୪୩ ମାରିଛନ୍ତି ।
୧୦. ରୋହିତ ୧୭୪ ରନ ସଂଗ୍ରହ କଲେ ଓପନର ଭାବେ ଆନ୍ତର୍ଜାତୀୟ କ୍ରିକେଟରେ ବୀରେନ୍ଦ୍ର ସେହ୍ୱାଗଙ୍କ ୧୫୭୫୮ ରନକୁ ଅତିକ୍ରମ କରିବେ ।

Comments are closed.