Latest Odisha News

BREAKING NEWS

୨୯ ଲକ୍ଷ ଦୀପରେ ଝଲସିବ ଅଯୋଧ୍ୟା, ଭାଙ୍ଗିବ ରେକର୍ଡ…

ଅଯୋଧ୍ୟା: ଦୀପୋତ୍ସବ ପୂର୍ବରୁ ଅଯୋଧ୍ୟାରେ ବିଶ୍ୱ ରେକର୍ଡର ଏକ ଲହରୀ ଆରମ୍ଭ ହୋଇସାରିଛି। ଶନିବାର ସରୟୁ ନଦୀ କୂଳରେ ଅନୁଷ୍ଠିତ ସରୟୁ ଆରତୀରେ ୨୧,୦୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରି ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି।

ସେହିପରି ରବିବାର ଦିନ ନବମ ଦୀପୋତ୍ସବର ମହା ସମାରୋହ ଅଯୋଧ୍ୟାର ରାମନଗରୀରେ ଧୂମଧାମରେ ଅନୁଷ୍ଠିତ ହେବ। ଯେଉଁଥିରେ ୨୯ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରି ଏକ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିବାର ଯୋଜନା ରହିଛି। ୩୦,୦୦୦ ସ୍ୱେଚ୍ଛାସେବୀ ରାମ କି ପୈଦିରେ ୫୬ଟି ଘାଟରେ ୨୯ ଲକ୍ଷ ଦୀପ ସଜାଇଛନ୍ତି। ଗିନିଜ୍ ବିଶ୍ୱ ରେକର୍ଡ ଟିମ୍ ଡ୍ରୋନ୍ ସାହାଯ୍ୟରେ ଏହାର ଗଣନା କରିଛି। ଏହି କାର୍ଯ୍ୟକ୍ରମ ପରେ ପୂର୍ବ ରେକର୍ଡ ଭାଙ୍ଗିବ।

ଏହି କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟାକୁ ନବବଧୂ ପରି ସଜାଯାଇଛି।ଏବଂ ଏହି ଆଲୋକର ପର୍ବ କେବଳ ଆଧ୍ୟାତ୍ମିକ ଉତ୍ସାହ ସୃଷ୍ଟି କରିବ ନାହିଁ ବରଂ ବିଶ୍ୱ ସ୍ତରରେ ଅଯୋଧ୍ୟାର ପରିଚୟକୁ ଆହୁରି ମଜବୁତ କରିବ ବୋଲି କୁହାଯାଉଛି।

ତେବେ ଗିନିଜ୍ ବିଶ୍ୱ ରେକର୍ଡ ଅଧିକାରୀ ନିଶ୍ଚଳ ବାରୋଟ୍ କହିଛନ୍ତି ଯେ QR କୋଡ୍ ସ୍କାନିଂ ମାଧ୍ୟମରେ ଶନିବାର ଅଂଶଗ୍ରହଣକାରୀଙ୍କୁ ଗଣନା କରାଯାଇଥିଲା। ୨୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ ଯାହା ପୂର୍ବ ରେକର୍ଡ ୧୭୭୪କୁ ଭାଙ୍ଗି ଦେଇଥିଲା। ଅପରପକ୍ଷରେ ଏହି ରେକର୍ଡର ଆନୁଷ୍ଠାନିକ ଘୋଷଣା ରବିବାର ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ମଞ୍ଚ ଉପରେ କରାଯିବ।

 

Comments are closed.