Latest Odisha News

BREAKING NEWS

ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ନିରାଶ କଲେ ରୋହିତ, କୋହଲି

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ପର୍ଥରେ ଆରମ୍ଭ ହୋଇଯାଇଛି । ୭ ମାସ ପରେ ଭାରତର ଦୁଇ ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଆର୍ନ୍ତାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି । ସେମାନଙ୍କ ପ୍ରଦର୍ଶନକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିବା ପ୍ରଶଂସକମାନେ କିନ୍ତୁ ନିରାଶ ହୋଇଛନ୍ତି । ଅଧଘଂଟା ମଧ୍ୟରେ ଉଭୟ ପ୍ୟାଭିଲିୟନ ଫେରି ଯାଇଥିଲେ । ଅଷ୍ଟ୍ରେଲିଆ ଅଧିନାୟକ ଟସ ଜିିତ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଭାରତୀୟ ଟିମ କ୍ରମାଗତ ୧୬ତମ ମ୍ୟାଚରେ ଟସ ହାରିଛି । ନୀତିଶ କୁମାର ରେଡ୍ଡୀ ଏହି ମ୍ୟାଚ ମାଧ୍ୟମରେ ଆନ୍ତର୍ଜାତୀୟ ଦିନିକିଆରେ ପଦାର୍ପଣ କରିଛନ୍ତି ।

କ୍ୟାରିୟରର ୫୦୦ତମ ମ୍ୟାଚ ଖେଳୁଥିବା ରୋହିତ ୧୪ ବଲରେ ଗୋଟିଏ ଚୌକା ସହାୟତାରେ ୮ ରନ କରି ଜୋଶ ହାଜେଲଉଡଙ୍କ ବଲରେ ଆଉଟ ହୋଇଥିଲେ । କୋହଲି ଖାତା ଖୋଲି ନ ପାରି ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ ହୋଇଥିଲେ । ଖବର ହସ୍ତଗତ ହେଲା ବେଳକୁ ଭାରତ ୧୪.୨ ଓଭରରେ ୪ ୱିକେଟ ହରାଇ ୪୬ ରନ ସଂଗ୍ରହ କରିଛି । ମ୍ୟାଚକୁ ଏବେ ୩୨ ଓଭର ବିଶିଷ୍ଟ କରାଯାଇଛି । କେଏଲ ରାହୁଲ ୦ ଓ ଅକ୍ଷର ପଟେଲ ୧୧ ରନ କରି ଅପରାଜିତ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ ୧୦ ଓ ଶ୍ରେୟାଶ ଆୟାର ୧୧ ରନ କରି ଆଉଟ ହୋଇଛନ୍ତି ।

Comments are closed.