Latest Odisha News

BREAKING NEWS

ପ୍ରଥମ ଦିନିକିଆରେ ହାରିଲା ଟିମ ଇଣ୍ଡିଆ

ପର୍ଥ: ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୭ ୱିକେଟରେ ଭାରତକୁ ପରାସ୍ତ କରିଛି । ଚଳିତ ବର୍ଷ ଦିିନିକିଆ କ୍ରିକେଟରେ ଭାରତର ଏହା ପ୍ରଥମ ପରାଜୟ । ବର୍ଷା ଯୋଗୁ ମ୍ୟାଚକୁ ୪ଥର ବନ୍ଦ ରଖିବାକୁ ପଡିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୬ ଓଭରରେ ୯ ୱିକେଟ ହରାଇ ୧୩୬ ରନ କରିଥିଲା । ଅକ୍ଷର ପଟେଲ (୩୧)ଓ କେଏଲ ରାହୁଲ(୩୮)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ନ ଥିଲେ । ଦୀର୍ଘ ଦିନ ପରେ ରୋହିତ ଶର୍ମା ଓ ବିରାଟ କୋହଲି ଆନ୍ତର୍ଜାତୀୟ ମ୍ୟାଚକୁ ପ୍ରତ୍ୟାବର୍ତନ କରିଥିଲେ ମଧ୍ୟ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । କୋହଲି ୦ ଓ ରୋହିତ ୮ ରନ କରିଥିଲେ ।

ଜବାବରେ ଡକ୍ୱୱର୍ଥ ଲୁଇସ ନିୟମ ଅନୁସାରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୬ ଓଭରରେ ୧୩୧ ରନର ଟାର୍ଗେଟ ଦିଆଯାଇଥିଲା । ଅଷ୍ଟ୍ରେଲିଆ ୨୧.୧ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ମିଚେଲ ମାର୍ଶ ୪୬ ଓ ଜୋଶ ଫିଲିପ୍ସ ୩୭ ରନ କରି ଦଳକୁ ସହଜରେ ଜିତାଇଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ, ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ମାର୍ଶ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.