Latest Odisha News

BREAKING NEWS

ମାତିଛି ମାଙ୍କଡ, ଆକ୍ରମଣରେ ୭ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଯୋଡା ଅଞ୍ଚଳରେ ସୋମବାର ଦିନ ଏକ ମାଙ୍କଡ଼ ଆକ୍ରମଣରେ ପ୍ରାୟ ସାତ ଜଣ ଲୋକ ଆହତ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଆତଙ୍କ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଏକ ମାଙ୍କଡ଼ଟି ଉତ୍ପାତ କରିବା ସହ ଅନେକ ଲୋକଙ୍କୁ ଆକ୍ରମଣ କରିଥିଲା। ଗତ ଦୁଇ ଦିନ ମଧ୍ୟରେ ଅତି କମରେ ସାତ ଜଣ ଆହତ ହୋଇଛନ୍ତି। ରବିବାର ପାଞ୍ଚ ଜଣ ଆହତ ହୋଇଥିବା ବେଳେ ସୋମବାର ଆଉ ଦୁଇଜଣଙ୍କୁ ଆକ୍ରମଣ କରିଥିଲା ମାଙ୍କଡ଼।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ମାଙ୍କଡ଼ଟି ଘରେ ପ୍ରବେଶ କରୁଛି। ଆଉ କେତେବେଳେ ଲୋକଙ୍କୁ ପିଛା କରି ବିନା କୌଣସି କାରଣରେ କାମୁଡୁଛି। ପରିସ୍ଥିତି ଏତେ ଚିନ୍ତାଜନକ ହୋଇପଡ଼ିଛି ଯେ ଅନେକ ଗ୍ରାମବାସୀ ଏବେ ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି।

ତେବେ ଏନେଇ ବନ ବିଭାଗକୁ ମାଙ୍କଡ଼ ଆତଙ୍କ ବିଷୟରେ ସୂଚନା ଦିଆଯାଇଛି। ଏଥିସହିତ ତୁରନ୍ତ ମାଙ୍କଡ଼କୁ ଧରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.