Latest Odisha News

BREAKING NEWS

ବାଣଫୁଟାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ସୁବର୍ଣ୍ଣପୁର: ଦୀପାବଳିରେ ଅଘଟଣ। ବାଣଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଗୋଷ୍ଠୀ ସଂଘର୍ଷ ହୋଇଛି। ମନୋହରୀପଡା ଓ ପାତକାରୀପଡା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗୁରୁତର ଯୁବକ ହେଲେ କାଳିଆ ମଲ୍ଲିକ । ଆହତ ହେଲେ ରାଜୁ ମଲ୍ଲିକ, ବବଲୁ ମଲ୍ଲିକ, ଅନାମ ମଲ୍ଲିକ ଓ ମିଲି ମଲ୍ଲିକ। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରିପୋର୍ଟ ଅନୁଯାୟୀ, ବାଣ ଫୁଟାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଥିଲା ଏବଂ ଏହା ପରେ ଭୟଙ୍କର ରୂପ ନେଇଥିଲା। ଏଥିରେ ପାଞ୍ଚ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।

Comments are closed.