Latest Odisha News

BREAKING NEWS

Group Clash: ଗୋଷ୍ଠୀ ସଂଘର୍ଷ, ମହିଳାଙ୍କୁ ମାଡ ମାରିବା ସହ ଜାଳିଦେଲେ ଘର ଓ ସ୍କୁଟି

ଅନୁଗୁଳ: ଗୋଷ୍ଠୀ ସଂଘର୍ଷରେ ଜାଳିଦେଲେ ଘର ଓ ସ୍କୁଟି। ଅନୁଗୁଳରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି। ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ। ଦୀପାବଳି ସନ୍ଧ୍ୟାରେ ସହର ଉପକଣ୍ଠ କୁମଣ୍ଡ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଗୋଟେ ଗୋଷ୍ଠୀ ମହିଳାଙ୍କୁ ମାଡ ମାରିବା ସହ ଘର ଓ ସ୍କୁଟି ଜାଳିଦେଇଥିବା ଅଭିଯୋଗ ହୋଇଛି।

ଏନେଇ ଥାନାରେ ଏତଲା ଦିଆଯାଇଛି । ଥାନା ଆଗରେ ଧାରଣା ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଛକ ଛକରେ ଜଗି ରହିଛି ପୋଲିସ । ମାମଲାର ସମାଧାନ କରିବାକୁ ଚେଷ୍ଟା ଚାଲିଛି ।

Comments are closed.