ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା ଗିରଫ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ । ଗତକାଲି ରାତିରେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା ପୋଲିସ । ଅନ୍ୟପଟେ ବିକ୍ରମ ପଣ୍ଡାଙ୍କୁ ଅଟକ ନେଇ ବିଜେଡି କରିଛି ପ୍ରତିବାଦ। ବିଜେଡି ପକ୍ଷରୁ ବ୍ରହ୍ମପୁର ଏସ୍ପି ଅଫିସ୍ ଘେରାଉ ଉଦ୍ୟମ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି। ବିକ୍ରମ ପଣ୍ଡାଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି। ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ), କର୍ପୋରେଟର୍ ମଳୟ ବିଷୋୟୀ, ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇ ଗିରଫ ହୋଇଛନ୍ତି।
କିଛି ସମୟ ପରେ ପ୍ରେସମିଟ୍ କରିବେ ବ୍ରହ୍ମପୁର ଏସପି । ଖୋଲିବ ପୀତବାସ ହତ୍ୟା ମାମଲାର ରହସ୍ୟ। ସୂଚନା ଅନୁସାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗଜପତିନଗରସ୍ଥିତ ତାଙ୍କ ବାସଭବନରୁ ତାଙ୍କୁ ଉଠାଇ ଆଣି ରାତିସାରା ଜେରା ଚାଲିଥିଲା । ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି । ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାର ୧୭ ଦିନ ପରେ ଗିରଫ ହୋଇଛନ୍ତି। ଏଯାଏ ମୋଟ ୧୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ଗତ ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୂଚନା ଥାଉକି ଏହି ମାମଲାରେ ପୋଲିସ ଏଯାଏଁ ୮୦ରୁ ଅଧିକ ଜଣଙ୍କୁ ଜେରା କରିସାରିଥିବା ବେଳେ ହଜାରେରୁ ଅଧିକ ସିସି କ୍ୟାମେରା ଯାଞ୍ଚ କରିସାରିଲାଣି । ପୂର୍ବରୁ ୨ ପୂର୍ବତନ କର୍ପୋରେଟର ଓ ଛାତ୍ରନେତାଙ୍କୁ ଜେରା କରାଯାଇଥିଲା। ଏବେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇ ପଚରାଉଚରା କରିଛି ପୋଲିସ । ହତ୍ୟାକାଣ୍ଡ ପାଇଁ ପୋଲିସ ବିହାର, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗରେ ବି ଛାପା ମାରି ଏକାଧିକ ଅଭିଯୁକ୍ତଙ୍କୁ ଉଠାଇ ଆଣିଛି। ଏପରିକି କିଛି ପୁରୁଣା ହତ୍ୟା ମାମଲାରେ ଜେଲ୍ରେ ଥିବା ଅଭିଯୁକ୍ତ ବି ଏବେ ପୋଲିସ କବଜାରେ।
Comments are closed.