ଆଡିଲେଡ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଆଡିଲେଡ ଓଭାଲରେ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ପଛୁଆ ଥିବା ଭାରତ ପାଇଁ ଏହି ମ୍ୟାଚରେ ବିଜୟ ଜରୁରୀ ହୋଇ ପଡିଛି । ଆଡିଲେଡରେ ଭାରତର ରେକର୍ଡ ଭଲ ରହିଛି । ୧୭ ବର୍ଷ ହେବ ଦିନିକିଆରେ ଭାରତ ଏଠାରେ ପରାଜିତ ହୋଇନି । ବିରାଟ କୋହଲିଙ୍କ ପ୍ରଦର୍ଶନ ଏଠାରେ ସର୍ବଦା ଭଲ ରହିଛି । ରୋହିତ ଶର୍ମା ଓ କୋହଲିଙ୍କ ପ୍ରଦର୍ଶନ ଉପରେ ଭାରତ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବ । ଏଠାରେ ଟିମ ଇଣ୍ଡିଆ ଓଭରାଲ ୧୫ ମ୍ୟାଚ ଖେଳିଛି । ଭାରତ ୯ରେ ବିଜୟ ଓ ୫ରେ ପରାଜିତ ହୋଇଛି । ଗୋଟିଏ ମ୍ୟାଚର ଫଳାଫଳ ବାହାରି ପାରିନି । ଭାରତ ଏଠାରେ ପୂର୍ବ ୨ଟି ମ୍ୟାଚରେ ବିଜୟ ହାସଲ କରିଛି ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏ ପର୍ଯ୍ୟନ୍ତ ୧୫୩ ଦିନିକିଆ ମ୍ୟାଚ ଖେଳାଯାଇଛି । ଟିମ ଇଣ୍ଡିଆ ୫୮ ଓ ଅଷ୍ଟ୍ରେଲିଆ ୮୫ ମ୍ୟାଚରେ ବିଜୟୀ ହୋଇଛନ୍ତି । ୧୦ଟି ମୁକାବିଲା ଫଳାଫଳ ବିହୀନ ରହିଛି । ସେହିପରି ଅଷ୍ଟ୍ରେଲିଆ ମାଟିରେ ଭାରତ ୫୫ ମ୍ୟାଚ ଖେଳିଛି । ୧୪ରେ ବିଜୟୀ ହୋଇଥିବା ବେଳେ ୩୯ରେ ହାରିଛି । କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୫୧ ମ୍ୟାଚ ଖେଳିଛନ୍ତି । ସେ ୫୩.୨୮ ଆଭରେଜରେ ୨୪୫୧ ରନ ସଂଗ୍ରହ କରିଛନ୍ତି । କୋହଲି ଏଠାରେ ୪ ମ୍ୟାଚରେ ୨୪୪ ରନ ସଂଗ୍ରହ କରିଛନ୍ତି । ଏଥିରେ ୨ ଶତକ ସାମିଲ । ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ୱିକେଟ ହାସଲ କରିଛନ୍ତି । ସେ ୪୫ ମ୍ୟାଚରେ ୩୯ ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆର ମିଚେଲ ମାର୍ଶ ଭାରତ ବିପକ୍ଷରେ ସର୍ବାଧିକ ୯୪୩ ରନ କରିଥିବା ବେଳେ ମିଚେଲ ଷ୍ଟାର୍କ ୩୧ ୱିକେଟ ନେଇଛନ୍ତି ।
Comments are closed.