ନୂଆପଡା:ନୂଆପଡ଼ା ଉପନିର୍ବାଚନ ହାତେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ତେବେ ବିଜେପି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ନୂଆପଡ଼ା ଉପନିର୍ବାଚନ ପାଇଁ ୮ ମନ୍ତ୍ରୀଙ୍କୁ ୮ଟି ଜୋନର ଦାୟିତ୍ୱ ଦେଇଛି । ୮ଟି ଜୋନକୁ ଜଗିବେ ୮ ଜଣ ମନ୍ତ୍ରୀ ।
ବଞ୍ଜରୀ ଦାୟିତ୍ୱ ପାଇଁ ରବି ନାଏକ, ସୁନାଦେଇ ପାଇ ଗଣେଶ ରାମସିଂ ଖୁଣ୍ଟିଆ, ପାତାଳେଶ୍ୱର ପାଇଁ ଗୋକୁଳାନନ୍ଦ ମଲ୍ଲିକ, ଜୟଜଙ୍ଗା ପାଇଁ କୃଷ୍ଣ ଚନ୍ଦ୍ର ପାତ୍ର, କୋନାଭଇରା ପାଇଁ ବିଭୂତି ଭୂଷଣ ଜେନା, ଯୋଗେଶ୍ୱର ପାଇଁ ନିତ୍ୟାନନ୍ଦ ଗଣ୍ଡ, ନୂଆପଡା ଏନଏସି ପାଇଁ ମୁକେଶ ମହାଲିଙ୍ଗ, ଖରିଆର ରୋଡ୍ ଏନଏସି ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।
ଅନୟପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ସରିଛି । ୧୯ ଆଶାୟୀଙ୍କ ମଧ୍ୟରୁ ୫ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି । ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରାଙ୍କ ସହ ୩ ଜଣ ସ୍ବାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, କମଳ ଛତ୍ରିଆ ଏବଂ ଭୁଜବଳ ଆଡ଼ବଙ୍ଗାଙ୍କ ପ୍ରାର୍ଥିତ୍ବ ନାକଚ ହୋଇଛି।
ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କ ସମେତ ୧୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି ।
Comments are closed.