Latest Odisha News

BREAKING NEWS

ଜମିବାଡ଼ି ପାଇଁ ଜଣେ ଭାଇ ଆଉ ଜଣେ ଭାଇର ନେଲା ଜୀବନ

ବାଲେଶ୍ବର:ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ବରଡିହା ପଞ୍ଚାୟତର ବଣକାଟି ଗ୍ରାମରେ ଏକ ଅଭାବନୀୟ ଘଟଣା । ଜମିଜମା ଭାଗବଣ୍ଟାକୁ ନେଇ ସାନ ଭାଇ ଆକ୍ରମଣରେ ବଡ଼ ଭାଇର ମୃତ୍ୟୁ । ସାନ ଭାଇ ଗିରଫ । ପୋଲିସର ତଦନ୍ତ ଜାରି ରହିଛି । ମୃତକ ହେଲେ ବଡ଼ ଭାଇ ଖୁଦିରାମ(୪୫)।

ଖବରମୁତାବକ, ସ୍ବର୍ଗତ ନିତାଇ ସିଂଙ୍କ ସାନ ପୁଅ ଅଭିରାମ ସିଂ ଓ ବଡ ଭାଇ ଖୁଧିରାମ ସିଂଙ୍କ ମଧ୍ୟରେ ପୂର୍ବରୁ ଜମି ଭଗବାଣ୍ଟାକୁ ନେଇ ପାଟି ତୁଣ୍ଡ ଲାଗି ରହିଥିଲା । ତେବେ ଗତ ସୋମବାର ଦିନ ସାନ ଭାଇ ଅଭିରାମ ଜମି ଭଗବାଣ୍ଟାକୁ ନେଇ ବଡ଼ ଭାଇ ଖୁଧିରାମକୁ ଠେଙ୍ଗାରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଖୁଧିରାମ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ହାତୀଗଡ ହସ୍ପିଟାଲ ଓ ତାପରେ ବାରିପଦା ଓ ପରେ ଅଧିକ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ମଙ୍ଗଳବାର ଖୁଧିରାମର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା

ଏ ନେଇ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଅଭିଯୁକ୍ତ ଅଭିରାମ ଫେରାର ଥିଲା । ରାଇବଣିଆ ଥାନା ଅଧିକାରିଣୀ ଓ ତାଙ୍କ ଟିମ୍ ଅଭିରାମକୁ କମର୍ଦା ଅଞ୍ଚଳରୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛନ୍ତି ।

 

 

 

Comments are closed.