Latest Odisha News

୪୮ ଘଣ୍ଟା ମଧ୍ୟରେ ଦିଲ୍ଲୀ ପୋଲିସକୁ ବଡ ସଫଳତା, ଏନକାଉଣ୍ଟରରେ ୱାଣ୍ଟେଡ୍ ଅପରାଧୀ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ମେହରୌଲି ଅଞ୍ଚଳରେ ପୋଲିସ ଏବଂ ୱାଣ୍ଟେଡ୍ ଅପରାଧୀ କୋକୁ ପାହାରିଆଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା।

ଏନକାଉଣ୍ଟରରେ ଦୁଇ ପୋଲିସ କର୍ମଚାରୀଙ୍କ ବୁଲେଟପ୍ରୁଫ୍ ଜ୍ୟାକେଟରେ ଗୁଳି ବାଜିଥିଲା ବେଳେ ଜଣେ କନେଷ୍ଟବଳଙ୍କ ହାତରେ ଆଘାତ ଲାଗିଥିଲା।

କୋକୁ ଖସିଯିବାକୁ ଚେଷ୍ଟା କରି ପୋଲିସ ଟିମ୍ ଉପରେ ଗୁଳି ଚଳାଇଥିଲେ। ଯାହା ପରେ ପୋଲିସ ପାଲଟା ଗୁଳି ଚଳାଇଥିଲା। ଏନକାଉଣ୍ଟରରେ କୋକୁ ଆହତ ହୋଇଥିଲା ବେଳେ ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ପହାରିଆ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ସମେତ ଅନେକ ମାମଲାରେ ଜଡ଼ିତ ଥିଲା।

ସେହିପରି ଗତ ଗୁରୁବାର ଦିଲ୍ଲୀ ଏବଂ ବିହାର ପୋଲିସର ଏକ ମିଳିତ ଟିମ୍ ରୋହିଣୀ ଅଞ୍ଚଳରେ ଏନକାଉଣ୍ଟରରେ ବିହାରରେ ସକ୍ରିୟ ସିଗମା ଗ୍ୟାଙ୍ଗର ଚାରି ଜଣଙ୍କୁ ନିପାତ କରିଥିଲେ।

 

Comments are closed.