ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳରେ ଘରେ ପଶି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ସଂପର୍କୀୟ ଭାଇ ଓ ଦାଦାକୁ ଗିରଫ କରିଛି ପୋଲିସ । ଉଭୟ ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଚନ୍ଦନପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦାଦା ଓ ପୁତୁରାକୁ ଅଟକ ରଖି ତଦନ୍ତ ଜାରି ରଖିଥିଲା ।
ସୂଚନା ଅନୁଯାୟୀ, ଗତ ବୁଧବାର କାଳୀପୂଜା ଭସାଣି ଦେଖିବାକୁ ପରିବାର ଲୋକେ ଯାଇଥିବାବେଳେ ନାବାଳିକା ଜଣକ ଘରେ ଏକା ଶୋଇଥିଲେ । ତେଣୁ ତାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କ ସମ୍ପର୍କୀୟ ଦାଦା ଓ ଭାଇ ମିଶି ଭୋର ୪ଟା ସମୟରେ ତାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ ।
ଶୁକ୍ରବାର ମା’ଙ୍କ ସହ ନାବାଳିକା ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ସଂପର୍କୀୟ ଭାଇ ଓ ଦାଦାକୁ କାବୁ କରିଥିଲା । ଏସଡିପିଓ ରବି ନାରାୟଣ ଭଞ୍ଜ ଏବଂ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଆଜି ଉଭୟଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ତେବେ ପୂର୍ବରୁ ଉଭୟଙ୍କ ପରିବାର ମଧ୍ୟରେ ପାରିବାରିକ କଳହ ଥିବା ପୋଲିସ କହିଛି ।
Comments are closed.