କଟକ: ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ତତ୍ପର ହୋଇଛି ପ୍ରଶାସନ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଟକ ମୁଣ୍ଡଳୀରୁ ବାହାରିଲେ ଏନଡିଆରଏଫର ୫ଟି ଟିମ। ବାତ୍ୟା ପ୍ରଭାବିତ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ବାହାରିଲେ। ମାଲକାନଗିରି, କୋରାପୁଟ, ଗଜପତି, କନ୍ଧମାଳ, ରାୟଗଡ଼ାକୁ ଗଲେ। ଅନ୍ୟପଟେ ପାରାଦୀପ ବନ୍ଦରରେ ୨ ନଂ ବିପଦ ସଙ୍କେତ ଜାରି । ମୋନ୍ଥା ପ୍ରଭାବରେ ୨ ନଂ ବିପଦ ସଙ୍କେତ ଜାରି। ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀ ଫେରି ଆସିଥିବା ସୂଚନା। ମୋନ୍ଥା ପ୍ରଭାବରେ ପାରଳାଖେମୁଣ୍ଡିରେ ବର୍ଷା ଆରମ୍ଭ। । ଆକାଶ ମେଘାଚ୍ଛନ୍ନ ସହ ପାରଳାଖେମୁଣ୍ଡିରେ ବର୍ଷା । ଆଜି ଗଜପତି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ।
ସେହିପରି ବିଶାଖାପାଟଣାକୁ ୨ଟି ଓ ଶ୍ରୀକାକୁଲମକୁ ଏନଡିଆରଏଫର ଗୋଟିଏ ଟିମ ଯାଇଛି। ଆଜି ବାତ୍ୟାର ପ୍ରଭାବ ଆରମ୍ଭ ହେବାକୁ ଥିବା ବେଳେ ୨୮ ତାରିଖ ସନ୍ଧ୍ୟାରୁ ୨୯ ସକାଳ ମଧ୍ୟରେ ଏହାର ପ୍ରଭାବ ବେଶୀ ରହିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଦକ୍ଷିଣ ଓଡିଶାରେ ୬୦ରୁ ୭୦ କିମି ପର୍ଯ୍ୟନ୍ତ ପବନ ବୋହିବ, ଉତ୍ତର ଓଡିଶାରେ ବାତ୍ୟା ମୋନ୍ଥାର ପ୍ରଭାବ କମ ରହିବ।
ଆସନ୍ତା ୨୮ ଓ ୨୯ରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବ । ପାଖାପାଖି ୭ ରୁ ୨୦ ସେଣ୍ଟିମିଟର ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ୨୮ ତାରିଖରେ ନବରଙ୍ଗପୁର, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ୧୭ ଜିଲ୍ଲାକୁ ୨୮ ତାରିଖ ଦିନ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଆଜି କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଆସନ୍ତାକାଲିଠାରୁ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବ । ଏହି ସମୟରେ ୪୫ ରୁ ୫୫ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ବେଳେବେଳେ ଏହି ପବନର ବେଗ ୮୦ ମଧ୍ୟ ଛୁଇଁପାରେ । ୨୯ ତାରିଖ ସନ୍ଧ୍ୟା ଯାଏଁ ପବନର ବେଗ ଏପରି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଉତ୍ତର ଓ ଉପକୂଳ ଓଡିଶାରେ ମଧ୍ୟ ପବନ ବୋହିବ ବୋଲି ମଧ୍ୟ କୁହାଯାଇଛି ।
Comments are closed.