ବଲାଙ୍ଗିର:ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର ଘଟଣା । କାଲି ଦେଓଗାଁ ଗୋଏଲପିଟା ଗାଁ ନିକଟ ଜଙ୍ଗଲରୁ ମିଲିଥିଲା ମୃତଦେହ । ଉକ୍ତ ମହିଳାଙ୍କ ପରିଚୟ ମିଳିଲା । ମୃତକ ପାଟଣାଗଡ଼ ଅଞ୍ଚଳର ।
ବୁଧବାର ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳର କୁମୁନସି ଜଙ୍ଗଲରେ ଜଣେ ମହିଳାଙ୍କ ମୃତଦେହ ପଡିଥିବାର ଦୁଇ ଜଣ ଛେଳି ଚରାଳି ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହ ପୁଲିସ୍ ପକ୍ଷରୁ ତଦନ୍ତ ଚଳାଇଥିଲେ । ତେବେ ଗତ ୨୦ରୁ ନିଖୋଜ ଥିଲେ ଓ ମାନସିକ ବିକୃତ ଥିବା ପରିବାରର ସୂଚନା ଦେଇଛନ୍ତି ।
ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟାକରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ମୃତଦେହକୁ ବଲାଙ୍ଗିର ମେଡ଼ିକାଲରେ ରଖାଯାଇଥିବା ବେଳେ ପୋଲିସ ତଦନ୍ତ ଚଳାଇଛି ।
ପୋଷ୍ଟମର୍ଟମ ପରେ ଜଣାପଡ଼ିବ ମହିଳାଙ୍କ ମୃତ୍ୟୁର କାରଣ ।
Comments are closed.