ଭୁବନେଶ୍ବର: ପ୍ରତି କ୍ୟାମ୍ପସ୍ରେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର ନିଯୁକ୍ତ ହେବେ। କଲେଜ ଏବଂ ବିଶ୍ବ ବିଦ୍ୟାଳୟର ଜଣେ ଅଧ୍ୟାପକ କିମ୍ବା ଅଧ୍ୟାପିକାଙ୍କୁ ମଧ୍ୟ ଏନେଇ ଦାୟିତ୍ବ ଦିଆଯିବ।
କ୍ୟାମ୍ପସ୍କୁ ନିଶାମୁକ୍ତ କରିବାକୁ ସରକାରଙ୍କ ପ୍ରୟାସ ଆରମ୍ଭ କରିବେ । ଏନେଇ ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ରାଜ୍ୟ ସରକାର ସପ୍ତାହେ ବ୍ୟାପୀ କଲେଜ ଓ ବିଶ୍ବବିଦ୍ୟାଳୟରେ ଆଲୋଚନା କରିବେ । ଯୋଗ, ଶାରୀରିକ ଦକ୍ଷତା, ପୁଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ବ ଦିଆଯିବ ।
ଏଥିସହ ସହ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ।
Comments are closed.