Latest Odisha News

BREAKING NEWS

Ganza Seized: ଦୁଇଟି ପୃଥକ ସ୍ଥାନରୁ ଚାଲାଣବେଳେ ବିପୁଣ ପରିମାଣର ଗଞ୍ଜେଇ ଜବତ

ସୁନ୍ଦରଗଡ଼/ମୟୂରଭଞ୍ଜ: ରାଉରକେଲା ରେଲ ଷ୍ଟେସନ୍ ପରିସରରୁ ଗଞ୍ଜେଇ ଭର୍ତ୍ତି ଦୁଇଟି ବଡ ବଡ ଅଖା ଜବତ କରିଛି ଜିଆରପି ଟିମ୍ । ଯାହାର ଆନୁମାନିକ ମୂଲ୍ୟ, ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ଏହି ଦୁଇଟି ଅଖା ଆଜି ସକାଳେ ପାର୍ସଲ୍ ଅଫିସ୍‌ ରେ ଦିଲ୍ଲୀ ପଠାଇବା ପାଇଁ ବୁକ୍ କରାଯାଇଥିଲା ବୋଲି ସୂଚନା ରହିଛି ।

ଖବର ମୁତାବକ, ଆଜି ମଧ୍ୟାହ୍ନରେ ସରକାରୀ ରେଳବାଇ ପୋଲିସ (ଜିଆରପି) ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲା ଯେ, ଗଞ୍ଜେଇ ଭର୍ତ୍ତି ଏହି ପ୍ୟାକେଜ୍‌ ନୂଆଦିଲ୍ଲୀକୁ ଚାଲାଣ ହେବ । ଏହି ସୂଚନାର ଆଧାରରେ ଅଭିଯାନ ଚାଲାଇ ପୋଲିସ୍ ଟିମ୍ ପାର୍ସଲ ଗୋଦାମ ଉପରେ ଅତର୍କିତ ଚଢ଼ଉ କରିଥିଲା ।

ଅନ୍ୟପଟେ, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ସମାନ ଘଟଣା ଘଟିଛି । କରଞ୍ଜିଆ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଭୁବନେଶ୍ୱର ଜୋନାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଦଳ । କାର୍‌ ରୁ ୧୭୧ କେଜି ଗଞ୍ଜେଇ ଜବତ ହୋଇଛି ।

ସୂଚନା ମୁତାବକ,​​​​​​ ଏକ କାର୍‌ରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇ ଭୁବନେଶ୍ୱର ଜୋନାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଗାଡ଼ିଟିକୁ ଅଟକାଇଥିଲେ । ଏହା ଦେଖି ଚାଲାଣକାରୀମାନେ ଖସି ପଳାଇଯିବାକୁ ଚେଷ୍ଟା କରିଥିଲେ ହେଲେ ଏଥିରେ ବିଫଳ ହୋଇଥିଲେ । NCB ଟିମ୍ ଗାଡ଼ିକୁ ପ୍ରାୟ ୫୦ କିଲୋମିଟର ପର୍ଯ୍ୟନ୍ତ ପିଛା କରିଥିଲା । ପରେ ଚାଲାଣକାରୀଙ୍କୁ ଟିମ୍ ଧରିବାରେ ସଫଳ ହୋଇଛି । ଏହା ସହ ଚାଲାଣରେ ବ୍ୟବହାର ହେଉଥିବା ଗାଡ଼ି ଏବଂ ସେଥିରେ ଥିବା ୧୭୧ କେଜି ଗଞ୍ଜେଇ ମଧ୍ୟ ଜବତ କରିଛି । ଏହି ଚାଲାଣରେ ଆଉ କିଏ କିଏ ସାମିଲ ଅଛନ୍ତି ତାହା ଜାଣିବା ପାଇଁ ତଦନ୍ତ ଚାଲିଛି ।

Comments are closed.