Latest Odisha News

BREAKING NEWS

କୁଆଡେ ଗଲା ମାନବିକତା! ୨୦ ଟଙ୍କିଆ ପାଉଁରୁଟି ପାଇଁ ଷଣ୍ଢକୁ ହତ୍ୟା

ସମ୍ବଲପୁର: ହୀରାକୁଦ ସହରରେ ଚାଞ୍ଚଲ୍ୟ । ଏକ ଦୋକାନରୁ ବୁଲା ଷଣ୍ଢ ବ୍ରେଡ୍‌ ଖାଇ ଦେବାରୁ ମାଲିକ ଉତ୍ତେଜିତ ହୋଇଛନ୍ତି। ଛୁରୀରେ ଷଣ୍ଢକୁ ଆକ୍ରମଣ କରିଛନ୍ତି, ଯେଉଁଥିରେ ତାର ମୃତ୍ୟୁ ଘଟିଛି। ଅଭିଯୁକ୍ତ ହେଲେ ଶିବ ମହାନ୍ତି ।

ଖବରମୁତାବକ, ହୀରାକୁଦ ଥାନା ଅଧୀନ ସ୍ଥାନୀୟ ଦୈନିକ ବଜାରରେ ଶିବ ମହାନ୍ତି (୫୫)ଏକ ରାସନ ଦୋକାନ ରହିଛି । ଅନ୍ୟ ଦିନ ଭଳି ଦୋକାନ ଖୋଲିଥିଲେ ରବିବାର ଦିନ ଓ ଦୋକାନ ବାହାରେ ମଧ୍ୟ ସେ ବିଭିନ୍ନ ଜିନିଷ ରଖିଥିଲେ। ତେବେ ଅପରାହ୍‌ଣ ପ୍ରାୟ ୧୨ଟାରେ ରାସ୍ତାକଡ଼ରେ ବୁଲୁଥିବା ଏକ ଷଣ୍ଢ ଆସିଥିଲା ଏବଂ ଦେକାନରୁ ବ୍ରେଡ୍‌ ନେଇ ଖାଇଥିଲା। ଫଳରେ ‌ସେ ରାଗି ଯାଇଥିଲେ। ମାନବିକତା ଭୁଲି ଯାଇ ଏକ ଧାରୁଆ ଛୁରୀରେ ଷଣ୍ଢକୁ ଆକ୍ରମଣ କରିଥିଲେ। ଷଣ୍ଢଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ହିଁ ପଡ଼ି ଯାଇଥିଲା।

ଲୋକେ ଆହତ ଷଣ୍ଢ ସଂପର୍କରେ ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ସୂଚନା ଦେଇଥିଲେ। ଚିକିତ୍ସମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେଠାରେ ସେମାନେ ଷଣ୍ଢର ଚିକିତ୍ସା କରିଥିଲେ । ଚିକିତ୍ସା ପୂର୍ବରୁ ପ୍ରଚୁର ରକ୍ତସ୍ରାବ ହୋଇ ଷଣ୍ଢର ଅବସ୍ଥା ଗୁରୁତର ହୋଇ ସାରିଥିଲା। ତେଣୁ ଘଟଣାର ପ୍ରାୟ ଏକ ଘଣ୍ଟା ମଧ୍ୟରେ ତାର ମୃତ୍ୟୁ ହୋଇଯାଇଥିଲା।

ଏପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଶିବ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ତଦନ୍ତ କରୁଛି।

Comments are closed.