Latest Odisha News

BREAKING NEWS

Bomb Attack: ଦୁର୍ବୁତ୍ତଙ୍କ ବୋମାମାଡ଼ରେ ଯୁବକ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନାଞ୍ଚଳରେ ଯୁବକଙ୍କୁ ବୋମାମାଡ଼ ହୋଇଛି । ଆଙ୍କୁଲୀ ଶିଳ୍ପାଞ୍ଚଳ ଛକ ରାମ ମନ୍ଦିର ନିକଟରେ ହୋଇଥିବା ଏହି ବୋମାମାଡ଼ରେ ଶିବ ବାହାଦୁର ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।

ଖବର ମୁତାବକ, ରବିବାର ମିଳମ୍ବିତ ରାତିରେ ଶିବ ଆଙ୍କୁଲି ଶିଳ୍ପାଞ୍ଚଳ ରାମମନ୍ଦିର ନିକଟରେ ଥିଲେ । ଏହି ସମୟରେ ୨ ଜଣ ଯୁବକ ଏକ ବାଇକରେ ଆସି ଶିବଙ୍କ ଉପରକୁ ବୋମା ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଥିଲେ । ବୋମାଟି ଶିବଙ୍କ ବାମ ଗୋଡ଼ରେ ବାଜିଛି ।

ବୋମାମାଡ଼ ସଂପର୍କରେ ଖବର ପାଇ ପୋଲିସ ପହଞ୍ଚି ସିସିଟିଭିରେ କଏଦ ହୋଇଥିବା ବୋମାମାଡ଼ର ଦୃଶ୍ୟକୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ବୋମା ମାଡ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା କୁହାଯାଉଛି ।

 

Comments are closed.