ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର ଦିନ ରାୟଗଡ଼ାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଭୁବନେଶ୍ୱରଠାରେ ଭେଟିଛନ୍ତି । ବିଧାୟକ ଶ୍ରୀ ମୁଦୁଲି ରାୟଗଡ଼ା ଜିଲ୍ଲାର କଂସାରିଗୁଡ଼ାଠାରେ ହିଣ୍ଡାଲକୋ ଉଦ୍ୟୋଗ ପକ୍ଷରୁ ଆଲୁମିନା ରିଫାଇନାରୀ ୟୁନିଟ୍ ସ୍ଥ୍ାପନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନାଦେଇ ସ୍ୱାଧୀନ ବିଧାୟକ ଶ୍ରୀ ମୁଦୁଲି କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ରହିଛନ୍ତି ମାତ୍ର ବିଜେଡ଼ି ସହିତ ନୁହେଁ ।
“ଆମ ରାୟଗଡ଼ା ଜିଲ୍ଲାରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରୀ ପକ୍ଷରୁ ପ୍ରସ୍ତାବିତ ଆଲୁମିନା ରିଫାଇନାରୀ ପ୍ରକଳ୍ପ ମଞ୍ଜୁରୀ ଲାଭ କରିଥିବା ଯୋଗୁଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସି ତାଙ୍କୁ ଧନ୍ୟବାଦ ଜଣାଇଛି । ଏହି ଆଲୁମିନା ରିଫାଇନାରୀ ପକଳ୍ପ ଦ୍ୱାରା ବାର୍ଷିକ ୨ ମିଲିୟନ ଟନ୍ (ଏମଟିପିଏ) ଉତ୍ପାଦନ ହୋଇପାରିବ । ଆମ ଅଞ୍ଚଳରେ ଅଧିକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ,” ବୋଲି ବିଧାୟକ ଶ୍ରୀ ମୁଦୁଲି କହିଛନ୍ତି ।
ଶାସକ ବିଜୁ ଜନତା ଦଳରେ ଯୋଗଦେବା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ସରକାର ସହିତ ଅଛି ମାତ୍ର ବିଜେଡ଼ି ସହିତ ନୁହେଁ ।
ଆଗକୁ ରାଜ୍ୟସଭା ନିର୍ବାଚନ ରହିଥିବା ବେଳେ ଏହି ପରିପ୍ରେକ୍ଷୀରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ସମୟରେ ସେ ସଠିକ୍ ଭାବେ ନିଷ୍ପତ୍ତି ଗ୍ରହଣ କରିବେ ।
Comments are closed.