Latest Odisha News

BREAKING NEWS

୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଫସିଲେ ରାଜସ୍ୱ ନିରୀକ୍ଷକ (ଆରଆଇ)। ଛଅଟି ପୈତୃକ ପ୍ଲଟର ମ୍ୟୁଟେସନ୍ ମାମଲାରେ ଜଣେ ବ୍ୟକ୍ତିଙ୍କ ଆବେଦନ ପ୍ରକ୍ରିୟାକରଣ ପାଇଁ ୬୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଦିନ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି।

ପୁରୀ ଜିଲ୍ଲାର ପିପିଲି ତହସିଲ ଅନ୍ତର୍ଗତ ବନ୍ତଳସିଂରେ ଆରଆଇ ଭାବରେ ନିଯୁକ୍ତ ଥିଲେ ଜୀବନ କୃଷ୍ଣ ପରିଡା।

ଭିଜିଲାନ୍ସର ସୂଚନା ଅନୁଯାୟୀ, ଜୀବନ କୃଷ୍ଣ ପ୍ରଥମେ ପ୍ରତ୍ୟେକ ମ୍ୟୁଟେସନ୍ ମାମଲା ପାଇଁ ୧୫,୦୦୦ ଟଙ୍କା କରି ୯୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ ଏବଂ ଲାଞ୍ଚ ନ ଦେଲେ ଆବେଦନ ପ୍ରକ୍ରିୟାକରଣ କରିବାକୁ ମନା କରିଥିଲେ। ଅଭିଯୋଗକାରୀଙ୍କ ଅନେକ ଅନୁରୋଧ ପରେ ଆରଆଇ ଲାଞ୍ଚ ପରିମାଣକୁ ୬୦,୦୦୦ ଟଙ୍କାକୁ ହ୍ରାସ କରିଥିଲେ।

ତେବେ ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥ ଥିବାରୁ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ରିପୋର୍ଟ ଅନୁଯାୟୀ, ସେ ୬୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ। ଅଭିଯୁକ୍ତ ଆରଆଇଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହା ପରେ ଆୟ ବହିର୍ଭୂତ ସମ୍ପତ୍ତି ଦୃଷ୍ଟିକୋଣରୁ ତାଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି। ଅପରପକ୍ଷରେ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

 

Comments are closed.