Latest Odisha News

BREAKING NEWS

ପୂଜା କରିବାକୁ ଯାଇ ଗୁମ୍ଫାରେ ଫସିଲେ ମହିଳା, ୬ ଘଣ୍ଟା ପରେ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ଅଧୀନସ୍ଥ ମାରାଙ୍ଗାବାହାଲ ଗ୍ରାମର ସୁଜାତା ମେହେର ନାମକ ଜଣେ ମହିଳା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୂଜା ପାଇଁ ଡୁମୁରି ପାହାଡ଼କୁ ଯାଇଥିଲେ।

ତେବେ ପାହାଡ଼ ଉପରେ ଥିବା ଏକ ପ୍ରାଚୀନ ସୁଡ଼ଙ୍ଗ ଦେଇ ଯାଉଥିବା ସମୟରେ ଏକ ବଡ଼ ପଥର ଏବଂ ଗଛର ଚେର ଜଡିତ ଥିବା ଏକ ମଝି ରାସ୍ତାରେ ସେ ପ୍ରାୟ ଛଅ ଘଣ୍ଟା ଧରି ଫସି ଯାଇଥିଲେ। ଘଟଣା ବିଷୟରେ ସୂଚନା ପାଇ ମାନେଶ୍ୱର ଅଗ୍ନିଶମ ବାହିନୀ ଏବଂ ଜୁଜୁମରା ପୋଲିସର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ତେବେ ଛଅ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ମହିଳାଙ୍କୁ ସୁଡ଼ଙ୍ଗ ମଧ୍ୟରୁ ସୁରକ୍ଷିତ ଭାବରେ ବାହାର କରିଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଅଧିକାରୀ ମାନେ ସୂଚନା ଦେଇଛନ୍ତି।

 

Comments are closed.