Latest Odisha News

BREAKING NEWS

Bus Catches Fire: ଚଳନ୍ତା ବସରେ ଭୟଙ୍କର ଅଗ୍ନିକାଣ୍ଡ

ଜୟପୁର: ଘାଟିରେ ଜଳିଗଲା OSRTC ବସ୍। । ଜୟପୁର ପଟାଙ୍ଗି ବ୍ଲକ ସାଲୁର ଘାଟିରେ ଜଳିଗଲା ବସ୍ । ତେବେ ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବସଟି ବିଜୟନଗରମରୁ ଜୟପୁର ଆସୁଥିବାବେଳେ ବସରେ ନିଆଁ ଲାଗିଯାଇଥିଲା। ସାଲୁର ନିକଟରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ।

ନିଆଁ ଲାଗି ହୁ ହୁ ହୋଇ ବସଟି ଜଳିଯାଇଥିଲା। ନିଆଁ ଲାଗିବା ଦେଖି ଡ୍ରାଇଭର ବସଟିକୁ ଘାଟି ଉପରେ ଉପରେ ରଖି ଯାତ୍ରୀମାନଙ୍କୁ ତୁରନ୍ତ ଓହ୍ଲାଇ ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କୋରାପୁଟ ସୀମାନ୍ତ ସାଲୁର ଘାଟିରେ ରାଜ୍ୟ ସଡକ ପରିବହନ ବା OSRTC ବସରେ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା OSRTC ବସ୍ ।

ବସଟି ବିଜୟନଗରମରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିଲା । ସକାଳ ପ୍ରାୟ ୭ଟା ୩୦ରେ ଘାଟି ଚଢୁଥିବା ବେଳେ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ବସରେ ୧୬ ଜଣ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି । ଆନ୍ଧ୍ରପ୍ରଦେଶ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି ।

Comments are closed.