Latest Odisha News

BREAKING NEWS

କୋମନାରେ ନବୀନଙ୍କୁ ଟାର୍ଗେଟ କଲେ ମୋହନ, ପ୍ରଶ୍ନ ବାଣରେ କଲେ ଘାଇଲା…

ନୂଆପଡା: ଗୁରୁବାର କୋମନାରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡି ସୁପ୍ରିମୋ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ନବୀନଙ୍କ ‘ବେଇମାନୀ’ ଅଭିଯୋଗର ଜବାବ ରଖିଲେ ମୋହନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାଲଟା ପ୍ରଶ୍ନ କରି ପଚାରିଥିଲେ ଯେ, ବିଜେପୁରରେ କଂଗ୍ରେସ ନେତାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି, ସେତେବେଳେ ଏହା କ’ଣ ବେଇମାନୀ ନଥିଲା କି ?

ପୁରୀ କାକଟପୁରରେ ଜଣେ ପ୍ରାର୍ଥୀଙ୍କୁ ବିଜେପି ଟିକେଟ ଦେଇଥିଲା, ମନ୍ତ୍ରୀ ପଦର ଲୋଭ ଦେଖାଇ ଚୋରି କରିଥିଲା କିଏ ? କଳାହାଣ୍ଡିର ଜଣେ ବିରୋଧୀ ଦଳ ନେତାଙ୍କୁ ବିଜେଡି ନେଇଥିଲା, ନଳିନୀ ମହାନ୍ତିଙ୍କ ସହ ମଧ୍ୟ ବେଇମାନୀ ହୋଇଥିଲା କି ନାହିଁ ? କେତେଥର ବେଇମାନୀ କରିଛନ୍ତି, ହିସାବ ଦିଅନ୍ତୁ ବୋଲି ମୋହନ ପ୍ରଶ୍ନ କରିଥିଲେ ।

ସେହିପରି, ନୂଆପଡ଼ା ପାଇଁ ୧୪୦୦ କୋଟିର ପ୍ରକଳ୍ପ ଘୋଷଣା ହୋଇଛି । ପୂର୍ବ ସରକାର ଏତେ ଟଙ୍କାର ପ୍ରକଳ୍ପ କେବେ ଦେଇଥିଲେ କି ? ବିକଶିତ ଭାରତର ଗ୍ରୋଥ୍‌ ଇଂଜିନ ହେବ ଓଡ଼ିଶା । ପୂର୍ବ ଭାରତର ପ୍ରବେଶ ପଥ ହେବ ଓଡ଼ିଶା ବୋଲି ମୋହନ କହିଥିଲେ ।

ସବୁ ଦଳ ଏବେ ଅତୀତ, ବିଜେପି ଆପଣଙ୍କ ବର୍ତ୍ତମାନ ଓ ଭବିଷ୍ୟତ । ଆପଣଙ୍କ ବିକାଶ କେମିତି ହେବ ତାହା ଆପଣ ନିର୍ଦ୍ଧାରଣ କରିବେ । ମହିଳା, ଯୁବକ, କୃଷକ, ଗରିବ ଏବେ ବିଜେପିର ଫୋକସ୍‌ । ବରଗଡ଼ରେ ନବୀନ ବାବୁ ଶହେ ଟଙ୍କା ବୋନସ୍‌ ଘୋଷଣା କରିଥିଲେ, କିନ୍ତୁ ସରକାରରୁ ଚାଲିଗଲେ ପଛେ ଶହେ ଟଙ୍କା ଦେଲେ କି ?

ମୋହନ ଆହୁରି କହିଛନ୍ତି ଯେ, ଦେଶର ଶହେ ଜିଲ୍ଲାର ବିକାଶ ଦାୟିତ୍ବ ନିଆଯାଉଛି । ଓଡ଼ିଶାର ୪ଟି ଜିଲ୍ଲା ଭିତରେ ନୂଆପଡ଼ା ଜିଲ୍ଲା ରହିଛି । ନବୀନ ବାବୁ ବିଧାୟକ, କର୍ମୀଙ୍କୁ ଭେଟନ୍ତି କି ? ସମସ୍ୟା ଶୁଣିବାକୁ ଲୋକଙ୍କ ପାଖକୁ ନବୀନ ଯାଇଛନ୍ତି କି ? ମୁଁ ଜିଲ୍ଲାକୁ ଜିଲ୍ଲା ବୁଲି ଲୋକଙ୍କ ଅଭିଯୋଗ ଶୁଣୁଛି । ରାଜେନ୍ଦ୍ର ଢୋଲକିଆ ବିଜେଡିରେ ଅଣନିଃଶ୍ବାସୀ ହୋଇପଡିଥିଲେ । ସେଥିପାଇଁ ଆପଣଙ୍କ ଆଶା ପୂରଣ କରିପାରି ନାହାନ୍ତି । ଜଣେ କାର୍ପଟଦାରଙ୍କ ପାଇଁ ବିଜେଡି କର୍ମୀ ଅଣନିଃଶ୍ବାସୀ ହୋଇପଡିଛନ୍ତି ।

Comments are closed.