Latest Odisha News

BREAKING NEWS

OCS ପ୍ରିଲିମିନାରୀ ପରୀକ୍ଷା ରେଜଲ୍ଟ ପ୍ରକାଶ; ୭୮୧ ମହିଳା ଦେବେ ମେନ ପରୀକ୍ଷା

ଭୁବନେଶ୍ବର: ଓଡିଶା ସିଭିଲ ସର୍ଭିସ  (OCS) ପ୍ରିଲିମିନାରି  ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ପରୀକ୍ଷା ହେବାର ମାତ୍ର ୨୪ ଦିନ ମଧ୍ୟରେ ଏହା ଫଳାପଳ ପ୍ରକାଶ କରିଛି ଓଡିଶା ଲୋକ ସେବା ଆୟୋଗ । ୨୦୨୫ ଅକ୍ଟୋବର ୧୨ ତାରିଖରେ ହୋଇଥିଲା ପରୀକ୍ଷା ।

ପରୀକ୍ଷାର୍ଥୀ ଓପିଏସସି ଓ୍ବେବସାଇଟ  http://opsc.gov.in ରେ ପରୀକ୍ଷା ରେଜଲ୍ଟ ଜାଣିପାରିବେ ବୋଲି ଓପିଏସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଥାଉକି, ୨୪୦୫ ଜଣ ପରୀକ୍ଷାର୍ଥୀ  ମେନ ପରୀକ୍ଷା ପାଇଁ ଚୟନ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୮୧ ଜଣ ମହିଳା ପରୀକ୍ଷାର୍ଥୀ ରହିଛନ୍ତି।

Comments are closed.